www.samajalive.in
Saturday, December 13, 2025
27.1 C
Bhubaneswar

ମାଓ ପ୍ରଭାବିତ ଅଞ୍ଚଳରେ ବସିବ ୫୦ଟି ସୌର ଭିସାଟ୍‍

ଭୁବନେଶ୍ୱର: ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା ପାଇଁ ଇଣ୍ଟରନେଟ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଅର୍ଥ ବିଭାଗ ୫୦ଟି ସୌର ଭିସାଟ୍‍ ସ୍ଥାପନ କରିବ। ଏଥିପାଇଁ ଓଡ଼ିଶା ଜୀବିକା ମିଶନକୁ ୨ କୋଟି ଟଙ୍କା ଦେବା ପାଇଁ ୧୫୫ତମ ବ୍ୟାଙ୍କର୍ସ କମିଟି ବୈଠକରେ ନିଷ୍ପତି ହୋଇଛି। ବୈଠକରେ ରିଜର୍ଭ ବ୍ୟାଙ୍କ, ଏସ.ଏଲ୍‍.ବି.ସି (ଓଡ଼ିଶା), ନାବାର୍ଡ଼, ଏସବିଆଇ ଏବଂ ୟୁକୋ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ।

ବୈଠକକୁ ଉଦଘାଟନ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଫନୀ ବାତ୍ୟା ସମୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କ ସେବାକୁ ସଚଳ କରିବାରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ୭୧ହଜାର ୪୨୦ କୋଟି ଟଙ୍କାରେ ଧାର୍ଯ୍ୟ ହୋଇଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା ୫୯ହଜାର ୯୩୬.୩୪ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇପାରିଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୨୦୧୮-୧୯ ବର୍ଷ ପାଇଁ ୧୭ହଜାର ୯୧୯ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା ୨୫ହଜାର ୯୧୧ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୧୪୪.୬୦ ପ୍ରତିଶତ। ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କୃଷି ଓ ଶିକ୍ଷା କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories