www.samajalive.in
Monday, December 8, 2025
16.1 C
Bhubaneswar

ବଲାଙ୍ଗିରରେ ତୀବ୍ର ହେଉଛି ହାଇକୋର୍ଟ ଆନ୍ଦୋଳନ

ବଲାଙ୍ଗିର : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଗୁରୁବାର ସନ୍ଧ୍ୟାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହାକ ଲଲିତ କୁମାର ନାୟକଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ ୧୬ ତାରିଖରେ ବିଧାନସଭା ଘେରାଉ କରାଯିବା ପାଇଁ ହୋଇଥିବା ନିଷ୍ପତ୍ତି ବାବଦରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଜିଲା ଓକିଲ ସଂଘ ସମେତ, ବ୍ଲକ ସଂଘ ସହ ପ୍ରାୟ ଶହେରୁ ଉଦ୍ଧ୍ୱର୍ ବିଭିନ୍ନ ସାମାଜିକ,ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକ୍ଷୋଭରେ ସାମିଲ ହେବେ। ବିଧାନସଭା ଘେରାଉ ପାଇଁ ସ୍ୱେଚ୍ଛାକୃତ ଭାବେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ବଲାଙ୍ଗିର ଦାବି ଭୁବନେଶ୍ୱର ଦରବାରରେ ଶୁଭିବ। ଏଥିରେ ପ୍ରବାସୀ ଜିଲାବାସୀ ମଧ୍ୟ ସାମିଲ ହେବେ। ଏହା ସହ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଯୁବକ ଯୁବତୀମାନେ ସାମିଲ ହେବେ ବୋଲି ଜଣାପଡିଛି। ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଆଇନ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେ ବଲାଙ୍ଗିରରେ ହାଇକୋର୍ଟର ପୁନଃ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରାଯାଇ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷର ଆନ୍ଦୋଳନ ପରେ ବି କୌଣସି ବାଟ ଫିଟୁ ନଥିବାରୁ ଏବେ ପ୍ରଥମ କରି ସଂଘ ବିଧାନସଭା ଆଗରେ ଧାରଣା ଦିଆଯିବାକୁ ନିଷ୍ପତ୍ତିି ହୋଇଛି। ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଉପସ୍ଥିତ ଥିବା ବିଭିନ୍ନ ସଙ୍ଗଠନ ମତବ୍ୟକ୍ତ କରିଥିଲେ। ବିଧାନସଭା ଘେରାଉ ପୂର୍ବରୁ ବଲାଙ୍ଗିର ସହରରେ ଆସନ୍ତା ୧୫ ତାରିଖରେ ଏକ ବିରାଟ ବାଇକ ର୍ୟାଲି କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories