ଧୋକା ଦେଲା ପ୍ରେମିକ,ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ପ୍ରେମିକା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ପରେ ବିବାହ ପାଇଁ ମନାକରିବାରୁ ଶେଷରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ। । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ କେସ ନଂ ୪୮/୧୯ ରେ ମାମଲା ରୁଜୁ ହେବାସହ ପ୍ରେମିକକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୁଲିସ।
ସୂଚନା ଅନୁଯାୟୀ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ମିଥିଲା ରଣା(ଛଦ୍ମନାମ)ଙ୍କୁ ସେହି ଗାଁର ରାଜେଶ ମେହେର (୨୪) ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ଗତ ୨ବର୍ଷ ହେବ ଶାରୀରିକ ସଂପର୍କ ରଖିଆସୁଥିଲା। ପୀଡିତା ଗର୍ଭବତୀ ଥିବା ଜାଣିବା ପରେ ଗତ ମାସେ ତଳେ ପ୍ରେମିକାକୁ ନେଇ ଟିଟିଲାଗଡର କୌଣସି ଜଣେ ସଂପର୍କୀୟଙ୍କ ଘରେ ଉଭୟେ ରହୁଥିଲେ। କିଛି ଦିନ ଗଲାପରେ ରାଜେଶ ମେହେରର ଭାଇ ଜାଗେସ ମେହେର, ରାକେଶ ମେହେର ପହଞ୍ôଚ ସେଠାରେ ଯୁବତୀ ଜଣକୁ ବୁଝାସୁଝା କରି ଘରକୁ ଯିବା ପାଇଁ କହିଥିଲେ। ପରେ କଣ୍ଟାବାଞ୍ଜି ଯାଇ ଗର୍ଭନଷ୍ଟ କରିବା ପାଇଁ ବାଧ୍ୟ କରିଥିଲୋ ଯୁବତୀ ଜଣକ ଗର୍ଭନଷ୍ଟ କରିବାକୁ ରାଜି ନହେବାରୁ ପୁଣି ଥରେ ଯୁବତୀ ଜଣକ ରହୁଥିବା ସ୍ଥାନକୁ ଫେରିଥିଲେ।କିଛି ଦିନ ପରେ ରାଜେଶ ମେହେର ଯୁବତୀ ଜଣକୁ ନିର୍ଯ୍ୟାତନା ଏବଂ ମାରପିଟ ର ଧମକ ଦେଇ ଭାଲୁମୁଣ୍ଡା ରେ ଯୁବତୀଙ୍କୁ ଛାଡିଦେଇଥିଲା। ଶେଷରେ ଅଭିଯୁକ୍ତ ପ୍ରେମିକ ବିରୋଧରେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତ।।

kalyan agarbati

Comments are closed.