www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ବିଟରରେ ରାହୁଲଙ୍କ ଫଲୋୟର ସଂଖ୍ୟା ୧ କୋଟି ଛୁଇଁଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଟ୍ବିଟରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଲୋୟର ସଂଖ୍ୟା ୧ କୋଟି ଅର୍ଥାତ ୧୦ ନିୟୁତ ଛୁଇଁଛି। ଏହି ମାଇଲଖୁଣ୍ଟ ପାଇଁ ରାହୁଲ ସମସ୍ତ ଫଲୋୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବୁଧବାର ଆମେଠି ଗସ୍ତ କରିବେ। ସେଠାରେ ଦଳୀୟ କର୍ମୀଙ୍କ ସହିତ ବୈଠକ କରିବା ସମୟରେ ଉତ୍ସବ ମନାଇବେ ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି। ରାହୁଲ ଗତ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହିତ ଏ ନେଇ ଆନୁଷ୍ଠାନିକ ଭାବେ ୪ ପୃଷ୍ଠାର ଇସ୍ତଫାପତ୍ର ଟ୍ବିଟରରେ ଶେୟାର କରିଥିଲେ। ପରେ ନିଜର ଟ୍ବିଟର ହ୍ୟାଣ୍ଡେଲ ‘ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ ସଭାପତି’କୁ ପରିବର୍ତ୍ତନ କରି ‘ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ ସଦସ୍ୟ’ ବୋଲି ଉଲ୍ଲେଖ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories