www.samajalive.in
Saturday, December 6, 2025
26.1 C
Bhubaneswar

ମନୋରଞ୍ଜନ ସାଜିଲା କାଳ : ହରର୍‍ ଚଳଚ୍ଚିତ୍ର ଦେଖି ପ୍ରେକ୍ଷାଳୟରେ ବୃଦ୍ଧଙ୍କ ମୃତ୍ୟୁ!

ନୂଆଦିଲ୍ଲୀ : ସାଧାରଣତଃ ଚଳଚ୍ଚିତ୍ର ମନୋରଞ୍ଜନର ଏକ ମାଧ୍ୟମ ହୋଇଥାଏ, କିନ୍ତୁ ବେଳେବେଳେ ଏହି ଚଳଚ୍ଚିତ୍ର କାହାପାଇଁ ପ୍ରାଣଘାତୀ ମଧ୍ୟ ସାଜିଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲାଣ୍ଡରେ। ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖିବା ସମୟରେ ଜଣେ ୭୭ ବର୍ଷୀୟ ବ୍ରିଟିଶ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତଙ୍କ ନାମ ବର୍ନାର୍ଡ଼ ଚେନିଙ୍ଗ୍‍।

ସୂଚନା ଅନୁସାରେ, ବର୍ନାର୍ଡ଼ ଛୁଟି କଟାଇବାକୁ ଥାଇଲାଣ୍ଡ ଆସିଥିଲେ। ଏହି ସମୟରେ ସେ ଚଳିତ ବର୍ଷ ୨୬ ଜୁନ୍‌ରେ ମୁକ୍ତିଲାଭ କରିଥିବା ହଲିଉଡ଼ ହରର୍‍ ଚଳଚ୍ଚିତ୍ର ‘ଏନାବେଲ କମ୍ସ ହୋମ୍‍’ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଇଥିଲେ। ଯେତେବେଳେ ଚଳଚ୍ଚିତ୍ର ଶେଷ ହେଲା ଏବଂ ଲାଇଟ୍‍ ଜଳିଲା, ସେତେବେଳେ ପାଖ ସିଟ୍‌ରେ ବସିଥିବା ଜଣେ ମହିଳା ବର୍ନାର୍ଡ଼ଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ହରର୍‍ ଚଳଚ୍ଚିତ୍ର ଦେଖି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ହରର୍‍ ଚଳଚ୍ଚିତ୍ର ଦେଖି ବର୍ନାର୍ଡ଼ଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ।

- Advertisement -

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୬ରେ ମଧ୍ୟ ଆନ୍ଧ୍ରପ୍ରଦେଶରେ ‘ଦି କଞ୍ଜରିଙ୍ଗ୍‍-୨’ ଦେଖିବା ସମୟରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାମ୍ନାକୁ ଆସିଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories