ନୂଆଦିଲ୍ଲୀ : ଓଡିଶା ସମେତ ୧୯ଟି ରାଜ୍ୟରେ ମଙ୍ଗଳବାର ସିବିଆଇ ଚଢଉ କରିଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ ଭିନ୍ନ ଭିନ୍ନ ମାମଲାରେ ମୋଟ୍ ୧୧୦ଟି ସ୍ଥାନରେ ସିବିଆଇର ଚଢଉ ଜାରି ରହିଛି । ମୁମ୍ବାଇ, ଦିଲ୍ଲୀ, ଏନ୍ସିଆର୍, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢଉ ଚାଲିଛି ।
ସୂଚନାଯୋଗ୍ୟ, ଜୁଲାଇ ୨ରେ ୧୨ଟି ରାଜ୍ୟର ମୋଟ୍ ୫୦ ସ୍ଥାନରେ ସିବିଆଇ ଚଢଉ କରିଥିଲା । ଦିଲ୍ଲୀ, ମୁମ୍ବାଇ, ଲଧିୟାନା, ଥାଣେ, ପୁଣେ, ବାଲସାଡ, ପଲନୀ, ଗୟା, ଗୁରୁଗ୍ରାମ, ଚଣ୍ଡୀଗଡ଼, ଭୋପାଳ, ସୁରତ, କୋଲାର ଓ ଅନ୍ୟାନ୍ୟ ସ୍ଥାନରେ ଚଢଉ କରାଯାଇଥିଲା ।



