www.samajalive.in
Friday, December 12, 2025
16.1 C
Bhubaneswar

ଆମେରିକା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚମ୍ପିଆନ

ଲିୟନ୍ (ଫ୍ରାନ୍‌ସ) : ଆମେରିକା ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଆମେରିକା ୨-୦ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ୧୯୯୧, ୧୯୯୯ ଓ ୨୦୧୫ରେ ଏହି ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ଆମେରିକା ରେକର୍ଡ ୪ର୍ଥ ଥର ପାଇଁ ଚମ୍ପିଆନ୍ ହୋଇଛି।
ଗୋଲ୍‌ଶୂନ୍ୟ ପ୍ରଥମାର୍ଦ୍ଧ ପରେ ଦ୍ବିତୀୟାର୍ଦ୍ଧରେ ଆମେରିକା ଉଭୟ ଗୋଲ୍‌ ସ୍କୋର୍ କରିଥିଲା। ୬୧ ମିନିଟରେ ଭିଏଆର୍ ଜରିଆରେ ଆମେରିକାକୁ ପେନାଲ୍‌ଟି ମିଳିଥିଲା। ଏଥିରୁ ଅଧିନାୟିକା ମେଗାନ୍ ରାପିନୋ ଗୋଲ୍‌ଦେଇ ଦଳକୁ ଆଗୁଅା କରିଥିଲେ। ୬୯ ମିନିଟରେ ଆମେରିକାର ରୋଜ୍‌ମ୍ୟାରି ଲାଭେଲ୍‌ ୨ୟ ଗୋଲ୍‌ ସ୍କୋର୍ କରିଥିଲେ। ଏହି ବିଜୟ ଫଳରେ ଚମ୍ପିଆନ୍ ଆମେରିକା ୪ ନିୟୁତ ଡଲାର ପୁରସ୍କାର ରାଶି ପାଇଛି। ଆମେରିକାର ମେଗାନ୍ ରାପିନୋ, ଆଲେକ୍ସ ମୋର୍ଗାନ୍ ଓ ଇଂଲଣ୍ଡର ଏଲେନ୍ ହ୍ବାଇଟ୍‌ ସର୍ବାଧିକ ୬ଟି ଲେଖାଏଁ ଗୋଲ୍‌ ସ୍କୋର୍ କରିଥିଲେ। ମେଗାନ୍ ରାପିନୋ ଉଭୟ ଗୋଲ୍‌ଡେନ୍ ବଲ୍‌ ଓ ଗୋଲ୍‌ଡେନ୍ ବୁଟ୍‌ ପୁରସ୍କାର ପାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories