www.samajalive.in
Tuesday, December 9, 2025
23.1 C
Bhubaneswar

ରାହୁଲଙ୍କ ବିରୋଧରେ ମିଛ ମନ୍ତବ୍ୟ; ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ମାମଲା

ରାୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେବା ନେଇ ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ପୁଲିସ ରବିବାର ମାମଲା ରୁଜୁ କରିଛି। ପୁଲିସ କହିବା ଅନୁଯାୟୀ ଜସପୁର ଜିଲା କଂଗ୍ରେସ ସଭାପତି ପୱନ ଅଗ୍ରୱାଲଙ୍କ ଅଭିଯୋଗ ଆଧାରରେ ସୁବ୍ରମଣ୍ୟମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଇପିସି ଧାରା ୫୦୪ (ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା), ୫୦୫ (୨) (ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା) ଓ ୫୧୧ରେ ମାମଲା ରୁଜୁ ହୋଇଛି।

ଜସପୁର ପୁଲିସ ଅଧୀକ୍ଷକ ଶଙ୍କର ଲାଲା ବଘେଲ କହିଛନ୍ତି ଯେ ଅଗ୍ରୱାଲ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାହୁଲ ଗାନ୍ଧୀ କୋକେନ ଖାଉଥିବା ସ୍ବାମୀ କହିଥିଲେ। ରାହୁଲଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେବାର ଅଧିକାର କିମ୍ବା ତଥ୍ୟ ପ୍ରମାଣ ସ୍ବାମୀଙ୍କ ପାଖରେ ନାହିଁ। ରାହୁଲଙ୍କୁ ଅପମାନିତ କରିବା ଲାଗି ସ୍ବାମୀ ଉଦ୍ଦେଶ୍ୟମୂଳକ ଭାବେ ଏପରି ମନ୍ତବ୍ୟ ଦେଇଥିବା ସେ କହିଛନ୍ତି। ସ୍ବାମୀ ଜାଣିଶୁଣି ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ଦୁଇ ଦଳ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିବ। ଛତିଶଗଡ କଂଗ୍ରେସ ମୁଖପାତ୍ର ଶୈଳେଶ ଦ୍ବିବେଦୀ କହିଛନ୍ତି ଯେ ସ୍ବାମୀଙ୍କ ମନ୍ତବ୍ୟ ନିନ୍ଦନୀୟ। ଏହା ରାହୁଲ ଓ କଂଗ୍ରେସ ପ୍ରତି ଏକ ଅପମାନ। ଏପରି ମନ୍ତବ୍ୟ ଦେବା ନେଇ ସ୍ବାମୀଙ୍କର କୌଣସି ଅଧିକାର ନାହିଁ। ସ୍ବାମୀଙ୍କ ମନ୍ତବ୍ୟ ପାଇଁ କଂଗ୍ରେସର ବିଭିନ୍ନ ଯୁବ ସଂଗଠନ ମଧ୍ୟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories