www.samajalive.in
Saturday, December 13, 2025
27.1 C
Bhubaneswar

ରାଷ୍ଟ୍ରଦ୍ରୋହ ମାମଲାରେ ଏମଡିଏମକେ ମୁଖ୍ୟ ଭାଇକୋଙ୍କୁ ବର୍ଷେ ଜେଲ

ଚେନ୍ନଇ : ଚେନ୍ନଇର ଏକ ଅଦଲାତ ଶୁକ୍ରବାର ଏକ ରାଷ୍ଟ୍ରଦୋହ ମାମଲାରେ ମାରୁମାଲାରଚି ଦ୍ରାବିଡ ମୁନେତ୍ରା କାଜହାଗାମ (ଏମଡିଏମକେ) ପ୍ରତିଷ୍ଠାତା ତଥା ସମ୍ପାଦକ ଭାଇକୋଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ କରି ରାୟ ପ୍ରକଶ କରିଛନ୍ତି।
ତାମିଲନାଡୁ ସରକାରଙ୍କ ପକ୍ଷରୁ ୨୦୦୯ରେ ଏହି ମାମଲା ରୁଜୁ କରାଯାଇଥିଲା। ବିଚାରପତି ଜେ. ଶାନ୍ତି ଏହି ମାମଲାରେ ଭାଇକୋଙ୍କୁ ବର୍ଷେ କାରାଦଣ୍ଡାଦେଶ ଶୁଣାଇବା ସହ ୧୦,୦୦୦ ଟଙ୍କା ଜୋରିମାନା କରିଛନ୍ତି।
୨୦୦୯ରେ ପୁଲିସ୍‍ ତାଙ୍କ ବିରୋଧରେ ଆଇପିସି ଧାରା ୧୨୪ (କ)ରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିଥିଲା। ଭାଇକୋଙ୍କ ପୁସ୍ତକ ‘ନାନା କୁଟରମ ସନ୍ତୁଗିରେନ’ (ମୁଁ ଅଭିଯୋଗ କରୁଛି) ଉନ୍ମୋଚନ ସମୟରେ ସେ ଦେଇଥିବା ଭାଷଣକୁ ଆଧାର କରି ଏହି ମାମଲା ରୁଜୁ ହୋଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories