ଭାରତୀୟ ଭେଷଜ ପରିଷଦ ସଂଶୋଧିତ ବିଲ୍ ସଂସଦରେ ଗୃହୀତ
ନୂଆଦିଲ୍ଲୀ: ଭାରତୀୟ ଭେଷଜ ପରିଷଦ ସଂଶୋଧନ ବିଲ୍-୨୦୧୯ ଗୁରୁବାର ସଂସଦରେ ଗୃହୀତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟସଭାରେ ବିଲ୍କୁ ଉପସ୍ଥାପନ କରିଥିଲେ। ଭାରତୀୟ ଭେଷଜ ପରିଷଦକୁ ୨୦୧୮ ସେପ୍ଟେମ୍ବର ୨୬ରୁ ଆଉ ୨ ବର୍ଷ ସମ୍ପ୍ରସାରିତ କରିବା ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି। ଏହି ସମୟରେ ଏକ ପରିଚାଳନାମଣ୍ଡଳୀ ଭେଷଜ ପରିଷଦର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ପରିଚାଳନାମଣ୍ଡଳୀର ସଦସ୍ୟ ସଂଖ୍ୟା ୧୨କୁ ବୃଦ୍ଧି ପାଇଁ ଏଥିରେ ପ୍ରସ୍ତାବ ରହିଛି।
Comments are closed.