www.samajalive.in
Saturday, December 6, 2025
23.1 C
Bhubaneswar

ଜମ୍ମୁକାଶ୍ମୀର ଓ ଗିଲ୍‍ଗିଟ୍‍କୁ ଲୋକସଭା ଆସନ ଚିହ୍ନଟ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଓ ଗିଲ୍‍ଗିଟ୍‍ର ପାକ ଅଧିକୃତ ଅଞ୍ଚଳଗୁଡ଼ିକୁ ସଂସଦୀୟ ଆସନ ଭାବେ ଚିହ୍ନିତ କରିବା ଓ ଘୋଷଣା କରିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବିଷୟ ନେଇ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଭଳି ଏକ ପିଟିସନ୍‍ ଦାଏର୍‍ କରିଥିବାରୁ ପୂର୍ବତନ ଅଫିସର ରାମକୁମାର ଯାଦବଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଏହି ଅବେଦନ ନ୍ୟାୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନରେ କୁହାଯାଇଛି, ଜମ୍ମୁ-କାଶ୍ମୀର ଓ ଗିଲ୍‍ଗିଟ୍‍ର ପାକିସ୍ତାନ ଅଧିକୃତ ଅଞ୍ଚଳରୁ ସରକାରଙ୍କଦ୍ୱାରା ପ୍ରାୟ ୨୪ଟି ବିଧାନସଭା ଆସନ ଗଠନ କରାଯାଇଛି। ପିଟିସନ୍‍ରେ କୁହାଯାଇଛି, ସେହି ବିଧାନସଭା ଆସନଗୁଡ଼ିକୁ ଭିତ୍ତିକରି ଲୋକସଭା ଆସନ ଗଠନ କରାଯିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories