www.samajalive.in
Monday, December 15, 2025
16.1 C
Bhubaneswar

ସିପିଆଇ ମହାସଚିବ ହେଲେ ସୁଧାକର ରେଡ୍ଡୀ, ରାଷ୍ଟ୍ରୀୟ ପରିଷଦରେ କହ୍ନେୟା

ନୂଆଦିଲ୍ଲୀ : ଏସ୍‌ ସୁଧାକର ରେଡ୍ଡୀ ତୃତୀୟ ଥର ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସପିଆଇ)ର ମହାସଚିବ ହୋଇଛନ୍ତି । ରବିବାର ସର୍ବସମ୍ମତି କ୍ରମେ ସୁଧାକର ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରସଂସଦ ସଭାପତି କହ୍ନେୟା କୁମାରଙ୍କୁ ରାଷ୍ଟ୍ରୀୟ ପରିଷଦରେ ସ୍ଥାନ ମିଳିଛି । ୨୩ତମ ଦଳୀୟ ସମ୍ମିଳନୀରେ ୧୨୫ ସଦସ୍ୟତା ବିଶିଷ୍ଟ ରାଷ୍ଟ୍ରୀୟ ପରିଷଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ଜେଏନ୍‌ୟୁ ଛାତ୍ର ସଂସଦ ପୂର୍ବତନ ସଭାପତି କହ୍ନେୟା କୁମାର ନିର୍ବାଚିତ ହୋଇଥିଲେ । ଏହାପରେ ସର୍ବସମ୍ମତି କ୍ରମେ ସୁଧାକର ରେଡ୍ଡୀ ମହାସଚିବ ପଦରେ ନିର୍ବାଚିତ ହୋଇଥିଲେ । ଦୁଇ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୁଧାକର ରେଡ୍ଡୀ ପ୍ରଥମ ଥର ୨୦୧୨ରେ ସିପିଆଇ ମହାସଚିବ ହୋଇଥିଲେ । ଚଳିତ ଥର ବିନା ପ୍ରତିଦ୍ୱନ୍ଦ୍ୱିତାରେ ସୁଧାକର ନିର୍ବାଚିତ ହୋଇଛନ୍ତି । ତେବେ ସିପିଆଇର ଚୂଡାନ୍ତ ନିଷ୍ପତ୍ତି ନେଉଥିବା କମିଟିରେ କେରଳର ବରିଷ୍ଠ ସଦସ୍ୟ ସି. ଦିବାକରନଙ୍କ ନାମ ନଥିବାରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories