www.samajalive.in
Sunday, December 14, 2025
14.1 C
Bhubaneswar

ଭଙ୍ଗା ହାତ ଛାଡ଼ି ଭଲ ହାତକୁ ପ୍ଲାଷ୍ଟର କଲେ ଡାକ୍ତର, ରୋଗୀର ବାରଣ ସତ୍ବେ ଶୁଣିଲେନି

ଦରଭଙ୍ଗା: ବାମ ହାତ ଭାଙ୍ଗିଯିବାରୁ ପୁଅକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ବାପା। କିନ୍ତୁ ଡାକ୍ତର ତାଙ୍କର ଭଙ୍ଗା ହାତକୁ ଛାଡ଼ି ଭଲ ଥିବା ଡାହାଣ ହାତକୁ ପ୍ଲାଷ୍ଟର କଲେ। ରୋଗୀ ସମେତ ତାଙ୍କ ବାପା ଡାକ୍ତରଙ୍କୁ ବାରଣ କରିଥିଲେ ହେଁ ସେ କିଛି ନ ଶୁଣି ତରବରିଆ ହୋଇ ଭଲ ହାତକୁ ପ୍ଲାଷ୍ଟର କରିଦେଲେ। ଡାକ୍ତରଙ୍କ ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ।

ବାଳକଟିର ନାମ ଫଇଜନ ଏବଂ ଘର ସ୍ଥାନୀୟ ହନୁମାନ ନଗରରେ। ଆମ୍ବ ଗଛରୁ ପଡ଼ିଯିବାରୁ ତା’ର ବାମ ହାତ ଭାଙ୍ଗିଯାଇଥିଲା। ହାତର ଏକ୍ସ-ରେ କରାଯିବା ପରେ ଏହା ସ୍ପ​‌ଷ୍ଟ ହେବାରୁ ପିଲାଟିର ବାପା ତା’କୁ ଧରି ଦରଭଙ୍ଗା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ଏକ୍ସ-ରେ ରିପୋର୍ଟ ଦେଖିବା ପରେ ବାମ ହାତ ଭାଙ୍ଗିଥିବା ଦେଖିଥିଲେ। ଏହା ସତ୍ବେ ସେ ଡାହାଣ ହାତ ପ୍ଲାଷ୍ଟର କରିଥିଲେ। ଫଇଜନ ଡାକ୍ତରଙ୍କୁ ବାରମ୍ବାର ତାଙ୍କ ବାମ ହାତ ଭାଙ୍ଗିଥିବା ନେଇ ଜଣାଇଥିଲେ ମଧ୍ୟ ଡାକ୍ତର ତାହାକୁ ଅଣଦେଖା କରିଥିଲେ। ଡାକ୍ତରଙ୍କ ଏଭଳି କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫଇଜନଙ୍କ ମା’ବାପା ଦାବି କରିଛନ୍ତି।

- Advertisement -

ତେବେ ପରେ ସେମାନେ ହସ୍ପିଟାଲର ଅଧୀକ୍ଷକ ରାଜ ରଞ୍ଜନ ପ୍ରସାଦଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଧୀକ୍ଷକ ତ୍ରୁଟି ସ୍ବୀକାର କରିବା ସହିତ ଫଇଜନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ସ୍ବାସ୍ଥ୍ୟ ବିଭାଗ ନିକଟରେ ଏହି ଖବର ପହଞ୍ଚିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଅଧୀକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ହସ୍ପିଟାଲ ଅଧୀକ୍ଷକ କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories