www.samajalive.in
Saturday, December 6, 2025
15.1 C
Bhubaneswar

ଦୂତୀଙ୍କ ବାୟୋପିକ୍ : ଏହି ଅଭିନେତ୍ରୀଙ୍କୁ ନିଜ ଭୂମିକାରେ ଉପଯୁକ୍ତ ମନେକରନ୍ତି ଦୌଡ଼ରାଣୀ

ମୁମ୍ବଇ : ଓଡ଼ିଶାର ଗର୍ବ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଜୀବନ କାହଣୀକୁ ନେଇ ଖୁବଶୀଘ୍ର ଏକ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଦୂତୀଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ପୂର୍ବରୁ ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ସହ ଆଲୋଚନା କରିସାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୂତୀ କହିଛନ୍ତି, ଅନୀଲ କପୁର ଓ ଚଳଚ୍ଚିତ୍ର ନିର୍ମାତା ରାକେଶ ଓମପ୍ରକାଶ ତାଙ୍କୁ ଚଳଚ୍ଚିତ୍ର ପାଇଁ ଅନୁମତି ମାଗିଛନ୍ତି। ହେଲେ ଦୂତୀ ଏପର୍ଯ୍ୟନ୍ତ ଏନେଇ ନିଜ ସହମତି ପ୍ରକାଶ କରିବା ବାକି ରହିଛି। ତେବେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଲେ କେଉଁ ବଲିଉଡ଼ ଅଭିନେତ୍ରୀ ତାଙ୍କ ଭୂମିକାକୁ ଯଥାର୍ଥତା ଦେଇପାରିବେ ଦୂତୀ ତାହା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତାଙ୍କ ଭୂମିକାକୁ ସଠିକ୍ ରୂପ ଦେଇ ପାରିବେ।

image courtesy-PeepingMoon

ଏନେଇ କଙ୍ଗନାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି, ‘‘ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ, ଦୂତୀ ମୋତେ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ମନେ କରିଛନ୍ତି’’।

- Advertisement -

ଉଲ୍ଲେଖଯୋଗ୍ୟ, ନିକଟରେ ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ କ୍ରୀଡ଼ାବିତ୍, ଯିଏ ନିଜର ସମଲିଙ୍ଗୀ ସମ୍ପର୍କକୁ ସର୍ବ ସମ୍ମୁଖରେ ସ୍ବୀକାର କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories