www.samajalive.in
Friday, December 5, 2025
27.1 C
Bhubaneswar

ବିଧାୟକ ସରୋଜ ମେହେର ଗିରଫ

ପାଟଣାଗଡ : ବିଚ୍ ରାସ୍ତାରେ ଜେଇଙ୍କୁ ଉଠବସ୍ କରାଇବା ଘଟଣାରେ ବିଧାୟକ ସରୋଜ ମେହେର ଗିରଫ ହୋଇଛନ୍ତି । ସୋମବାର ପାଟଣାଗଡ ପୁଲିସ ତାଙ୍କୁ ଗିରଫ କରି ଏଡିଜେ କୋର୍ଟକୁ ନେଇଛି । ସୂଚନାଯୋଗ୍ୟ, ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଓ କରାଯିବ ବୋଲି ଆଦିବାସୀ ସଙ୍ଘ ଚେତାବନୀ ଦେବା ପରେ ଆଜି ସକାଳୁ ପୁଲିସ ବିଧାୟକଙ୍କୁ ଅଟକ ରଖି ଜେରା କରୁଥିଲା ।

ପ୍ରକାଶ ଥାଉ କି , ପାଟଣାଗଡ଼ ବିଧାୟକ ସରୋଜ ମେହେର ନିମ୍ନମାନର ରାସ୍ତା କାମ ଯୋଗୁଁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗତ ଜୁନ୍ ୬ରେ ଭାଇରାଲ ହୋଇଥିଲା। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକଙ୍କ ଅଡୁଆ ବଢିଯାଇଥିଲା । ବିଭିନ୍ନ ସମାଲୋଚନାର ଶିକାର ହେବା ପରେ ବିଧାୟକ ସରୋଜ ମେହେର ନିଜର ଦବଙ୍ଗଗିରି ପାଇଁ ଦୁଃଖ ପ୍ରକାଶ କରି ଗଣମାଧ୍ୟମରେ କ୍ଷମା ପ୍ରର୍ଥନା କରିଥିଲେ । ହେଲେ ଏହି ଘଟଣା ଥମିନଥିଲା।

- Advertisement -

ଅପମାନର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ଏନେଇ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ କରିଥିଲେ । ବିଧାୟକ ସରୋଜ ମେହେର ଘରକୁ ଆସି ସ୍ବାମୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଜୟବନ୍ତଙ୍କ ପତ୍ନୀ ଏତଲାରେ ଦର୍ଶାଇ ବିଧାୟକ ମେହେରଙ୍କ ଗିରଫ ଦାବି କରିଥିଲେ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories