www.samajalive.in
Sunday, December 14, 2025
17.1 C
Bhubaneswar

ଲଭ୍‌ ଜିହାଦ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ଜେଏନ୍‌ୟୁରେ ଉତ୍ତେଜନା

ନୂଆଦିଲ୍ଳୀ : ଲଭ ଜିହାଦ ବିଷୟ ଉପରେ ଜବହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କେତେକ ଛାତ୍ର ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରିବା ସହ ଏହି ଚଳଚ୍ଚିତ୍ର ମାଧ୍ୟମରେ ଘୃଣାଭାବ ବୃଦ୍ଧି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜେନ୍‌ୟୁରେ ‘ଇନ ଦ ମେନ ଅଫ ଲଭ- ମେଲନଚୋଲି ଅଫ ଗଡସ୍‌ ଆଣ୍ଡ କଣ୍ଟ୍ରି’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଥିଲା । ଗ୍ଲୋବାଲ ଇଣ୍ଡିଆନ ଫାଉଣ୍ଡେସନ୍‌ ଏବଂ ବିବେକାନନ୍ଦ ବିଚାର ମଞ୍ଚ ପକ୍ଷରୁ ଏହି ଚଳଚ୍ଚିତ୍ର ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଆୟୋଜକଙ୍କ ସୂଚନା ଅନୁସାରେ ଏହି ଚଳଚ୍ଚିତ୍ର କେରଳରେ ଝିଅଙ୍କ ଧର୍ମାନ୍ତିକରଣ ଏବଂ ଲଭ୍‌ ଜିହାଦ ଉପରେ ପର୍ଯ୍ୟବେଷିତ ଥିଲା । ଜେଏନ୍‌ୟୁ ସାବରମତୀ ଢାବାଠାରେ ଛାତ୍ରମାନେ ଏହି ଚଳଚ୍ଚିତ୍ର ପ୍ରଦର୍ଶନର ବିରୋଧ କରିଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ସେବମାନେ ଚଳଚ୍ଚିତ୍ର ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଗରେ ପୋଷ୍ଟର ନେଇ ଠିଆହୋଇଥିଲେ । ବିବେକାନନ୍ଦ ମଞ୍ଚ ନାମ ଆଳରେ ଆରଏସ୍‌ଏସ୍‌ ଏପରି କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପଥର ଓ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଜେଏନ୍‌ୟୁ କର୍ତ୍ତୃପକ୍ଷ ଘଟଣାର ନିନ୍ଦା କରିବା ସହ ଘଟଣାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories