www.samajalive.in
Monday, December 8, 2025
14.1 C
Bhubaneswar

ବସ୍ ଓ ଟ୍ରକ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କଲେ ସରକାର

-ଏହି ପଦକ୍ଷେପ ଦ୍ୱାରା ଆର୍ଥିକ ଅନଗ୍ରସର ଅଂଚଳର ଦକ୍ଷ ଚାଳକ ହେବେ ଲାଭାନ୍ୱିତ
-ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଚାଳକଙ୍କ ଧନ୍ଦାମୂଳକ ତାଲିମ ଏବଂ କଡ଼ା ଦକ୍ଷତା ପରୀକ୍ଷଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ପରିବହନ ଯାନ ଚଳାଇବା ଲାଗି ଆବଶ୍ୟକ ହେଉଥିବା ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଦକ୍ଷ ଲୋକମାନେ ଉପକୃତ ହୋଇପାରିବେ।

ପୂର୍ବରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୮ ଅନୁଯାୟୀ ଏକ ପରିବହନ ବାହନ(ବସ୍ ଓ ଟ୍ରକ)ର ଡ୍ରାଇଭରଙ୍କ ପାଇଁ ଅଷ୍ଟମ ପାସ୍ କରିବା ବାଧ୍ୟତାମୂଳକ ଥିଲା। ତେବେ ଦେଶର ଗ୍ରାମାଂଚଳରେ ଏମିତି ଅନେକ ବେରୋଜଗାର ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନଥିଲେ ସୁଦ୍ଧା ସେମାନେ ଗାଡ଼ି ଚାଳନା ସମ୍ପର୍କରେ ସଚେତନ ଏବଂ ଦକ୍ଷ। ନିକଟରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହରିୟାଣା ସରକାର ପରିବହନ ବାହନ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତକୁ ଉଚ୍ଛେଦ କରିବା ଲାଗି ଅନୁରୋଧ କରିଥିଲେ। ରାଜ୍ୟର ମେୱାତ କ୍ଷେତ୍ରରେ ଅଧିକାଂଶ ଲୋକ ଗାଡ଼ି ଚାଳନା ଭଳି କମ ରୋଜଗାର କ୍ଷେତ୍ରରେ ନିୟୋଜିତ ଅଛନ୍ତି। ହରିୟାଣା ସରକାର ତାଙ୍କ ଅନୁରୋଧରେ ଦର୍ଶାଇଥିଲେ ଯେ ଏହି ଅଂଚଳରେ ଅଧିକାଂଶ ଲୋକ ଗାଡ଼ି ଚାଳନାରେ ଦକ୍ଷ ହୋଇଥିଲେ ମଧ୍ୟ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ସେମାନେ ଗାଡ଼ି ଚାଳନା ଲାଇସେନ୍ସ ପାଇପାରୁନାହାନ୍ତି।
ଏହି କ୍ଷେତ୍ରରେ ମନ୍ତ୍ରଣାଳୟର ଏହା ହୃଦବୋଧ ହୋଇଥିଲା ଯେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ପେସାଗତ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ । ଯୋଗ୍ୟ ରୋଜଗାର ଯୁବକମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତ ଏକ ବାଧକ ଭାବେ ଉଭା ହେଉଛି । ବର୍ତମାନ ଏହି ନିଷ୍ପତ୍ତି ଦ୍ୱାରା ଦେଶର ଅଧିକାଂଶ ବେରୋଜଗାର ଲୋକ,ବିଶେଷ କରି ଯୁବକମାନେ ରୋଜଗାର ପାଇପାରିବେ।
କେବଳ ସେତିକି ନୁହେଁ, ଏହା ଦେଶର ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ୨୨ ଲକ୍ଷ ବାହନ ଚାଳକଙ୍କ ଅଭାବକୁ ଭରଣା କରିପାରିବ, ଯାହା ଏହି କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଯଦିଓ, ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ  ଉଚ୍ଛେଦ କରାଯାଇଛି, ବାହନ ଚାଳକମାନଙ୍କ ତାଲିମ ଏବଂ ଦକ୍ଷତା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ କରାନଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବେଦନ କରୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ କଡ଼ା ଦକ୍ଷତା ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡ଼ିବ। ମନ୍ତ୍ରଣାଳୟ ମୋଟର ବାହନ ଆଇନ ୧୯୮୮ ଅନୁସାରେ ଏଥିପ୍ରତି ଗୁରୁତ୍ୱାରୋପ କରିଛି ଯେ କୌଣସି ସ୍କୁଲ କିମ୍ବା ପ୍ରତିଷ୍ଠାନ ପକ୍ଷରୁ ଦିଆଯାଉଥିବା ବାହନ ଚାଳନା ତାଲିମରେ ସଂକେତ ପଢ଼ିବା, ଲଜିଷ୍ଟିକ୍ସ ଡ୍ୟୁଟି ଭଳି ଡ୍ରାଇଭର ଲଗ୍ସର ରକ୍ଷଣାବେକ୍ଷଣ କରିବା, ଟ୍ରକ ଏବଂ ଟ୍ରେଲରର ନିରୀକ୍ଷଣ କରିବା, ପ୍ରି-ଟ୍ରିପ ଏବଂ ପୋଷ୍ଟ ଟ୍ରିପ ରେକର୍ଡ ପ୍ରସ୍ତୁତ କରିବା, କାଗଜପତ୍ର କାର୍ଯ୍ୟର ବିସଙ୍ଗତି ନିର୍ଦ୍ଧାରଣ କରିବା, ସୁରକ୍ଷା ସମ୍ବନ୍ଧୀୟ ବିପଦର ରିପୋର୍ଟ କରିବା ଲାଗି କୁଶଳୀ ଯୋଗାଯୋଗ କରିବାରେ ଚାଳକ ସକ୍ଷମ ହେବା ଭଳି ପ୍ରଶିକ୍ଷଣ ସୁନିଶ୍ଚିତ କରାଯିବ। କେବଳ ସେତିକି ନୁହେଁ ବ୍ୟବସାୟିକ ତାଲିମ ଏବଂ ଦକ୍ଷତା ସୁବିଧା ପ୍ରଦାନ କରୁଥିବା ସ୍କୁଲ ଏବଂ ପ୍ରତିଷ୍ଠାନ ରାଜ୍ୟର ନିୟାମକ ନିୟନ୍ତ୍ରଣ ଅଧୀନ ଅଟେ। ତେଣୁ ଦିଆଯାଉଥିବା ତାଲିମ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ମୋଟର ଯାନ ଚାଳନା ସମ୍ବନ୍ଧୀୟ ସମସ୍ତ ଦିଗକୁ କଭର କରି ଉଚ୍ଚ ଗୁଣବତାପୂର୍ଣ୍ଣ ହେବା ଆବଶ୍ୟକ।
ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ସଂଶୋଧନ) ବିଲରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତାକୁ ହଟାଇବାର ପ୍ରସ୍ତାବ ପୂର୍ବରୁ ନେଇସାରିଥିଲା। ଏହାକୁ ଗତ ଲୋକସଭାରେ ଅନୁମୋଦନ କରାଯାଇଥିଲା । ଏହି ବିଷୟରେ ସଂସଦର ଷ୍ଟାଣ୍ଡିଂ କମିଟି ଏବଂ ସିଲେକ୍ଟ କମିଟି ମଧ୍ୟ ବିଚାର ବିମର୍ଷ କରିଥିଲା। ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ୧୯୮୯ର ନିୟମ ୮ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ଏବଂ ଏ ବିଷୟରେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ଜାରି କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories