www.samajalive.in
Tuesday, December 9, 2025
23.1 C
Bhubaneswar

ଇତିହାସରେ ଫାଦର୍ସ ଡେ ଓ ଏହା ସହ ଜଡିତ କିଛି କାହାଣୀ

ଇତିହାସରେ ‘ଫାଦର୍ସ ଡ଼େ’ସହ ଜଡ଼ିତ କିଛି କାହାଣୀ ରହିଛି। ପ୍ରଥମ କାହାଣୀଟି ସୋନୋରା ସ୍ମାର୍ଟ ଡ଼ୋଁଡ଼୍‍ ଙ୍କ ସହ ଜଡ଼ିତ, ଯେ କି ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ। ତାଙ୍କର ଏହି ଭାବନା ସେତେବେଳେ ଆସିଥିଲା ଯେଉଁ ସମୟରେ ସେ ୧୯୦୯ ମସିହାରେ ଚର୍ଚ୍ଚରେ ମଦର୍ସ ଡ଼େରେ ଉପଦେଶ ଶୁଣୁଥିଲେ। ତାଙ୍କୁ ସେତେବେଳେ ଅନୁଭବ ହୋଇଥିଲା, ଯେ ଯେପରି ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳେ, ସେପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି। ସୋନୋରା ସ୍ମାର୍ଟ ଡ଼ୋଁଡ଼୍‍ ଙ୍କ ପିତା ଜଣେ କୃଷକ ଥିଲେ। ସୋନୋରାଙ୍କ ସମେତ ତାଙ୍କର ୬ଟି ସନ୍ତାନ ଥିଲେ। ସୋନୋରାଙ୍କ ମାତାଙ୍କ ମୃତ୍ୟୁ ୬ମ୍ବର ସନ୍ତାନଙ୍କ ଜନ୍ମ ସମୟରେ ହୋଇଥିଲା। ମାତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପିତା ସମସ୍ତ ପିଲାମାନଙ୍କ ଯତ୍ନ ନେଇଥିଲେ। ୱାଶିଙ୍ଗଟନରେ ଥିବା ନିଜ ଫାର୍ମରେ ସମସ୍ତ ପିଲାମାନଙ୍କୁ ପାଳିପୋଷି ମଣିଷ କରିଥିଲେ। ନିଜ ପିତାର ଏହି ଭଲପାଇବା, ସେମାନଙ୍କୁ ଲାଲନପାଳନ କରି ଉପଯୁକ୍ତ ଶିକ୍ଷା ଦେବା ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରିବା ଦେଖି ସୋନୋରାଙ୍କ ମନରେ ଭାବନା ଆସିଥିଲା ଯେ ଏପରି ମଧ୍ୟ ଏକ ଦିନ ହେବା ଆବଶ୍ୟକ ଯେଉଁଦିନ ସମସ୍ତ ପିତାଙ୍କୁ ସମ୍ମାନ ଓ ଶ୍ରଦ୍ଧା ମିଳିବା ଉଚିତ।

ସର୍ବପ୍ରଥମେ ସେ ଜୁନ ୫ରେ ସେ ନିଜର ପିତାଙ୍କ ଜନ୍ମଦିନରେ ‘ଫାଦର୍ସ ଡ଼େ’ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ମାତ୍ର ପରେ ଏହାକୁ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରିବା ପାଇଁ ସ୍ଥିର କରାଗଲା।

- Advertisement -

ଆଲେଖ୍ୟ – ସସ୍ମିତା ମହାନ୍ତି

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories