www.samajalive.in
Friday, December 12, 2025
14.1 C
Bhubaneswar

ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ; କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ ୨୦୧୯ ପରୀକ୍ଷାରେ ୧୮ତମ ରାଙ୍କ ହାସଲ କରିଥିଲେ। ଜେଇଇ ଆଡଭାନ୍ସଡ ପରୀକ୍ଷାରେ ସେ ୩୬୦ରୁ ୩୩୭ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। କାର୍ତ୍ତିକେୟଙ୍କ ଘର ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ। ସେହିପରି ଆଲ୍ଲାହାବାଦର ହିମାଂଶୁ ସିଂହ ୨ୟ ଏବଂ ଦିଲ୍ଲୀର ଅର୍ଚ୍ଚିତ ବୁବନା ୩ୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀଛାତ୍ରମାନେ jeeadv.ac.in ଏବଂ results.jeeadv.ac.in ୱେବସାଇଟ୍‌କୁ ଯାଇ ନିଜ ଫଳାଫଳ ଦେଖିପାରିବେ। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନେ ଦେଶର ବିଭିନ୍ନ ଆଇଆଇଟିରେ ନାମ ଲେଖାଇ ପାରିବେ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories