www.samajalive.in
Friday, December 12, 2025
14.1 C
Bhubaneswar

ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଚେତାବନୀ ଦେଲେ ମୋଦୀ

ବିସ୍କେକ୍‌: କିର୍ଗିଜସ୍ତାନର ରାଜଧାନୀ ବିସ୍କେକଠାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀର ଶୁକ୍ରବାର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ମୋଦୀ ପାକିସ୍ତାନକୁ ଚେତାବନୀ ଦେବା ସହିତ ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଏବଂ ପାଣ୍ଠି ଯୋଗାଉଛନ୍ତି ସେମାନେ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ମୋଦୀ କହିଥିଲେ, ଆତଙ୍କବାଦମୁକ୍ତ ସମାଜ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦର ମୁଳୋତ୍ପାଟନ ଲାଗି ଭାରତ ସର୍ବଦା ଚେଷ୍ଟା କରିଆସୁଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ। ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କୁ ନିପାତ କରାଯାଉ। ଏସସିଓ ଆଞ୍ଚଳିକ ଆତଙ୍କବାଦୀ ନିରୋଧୀ ଷ୍ଟ୍ରକଚର(ଆରଏଟିଏସ) ଅଧୀନରେ ଏ ଦିଗରେ ସହଯୋଗ କରିବାକୁ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ କରିଥିଲେ। ଆତଙ୍କବାଦ ଉପରେ ବିଚାରବିମର୍ଶ ପାଇଁ ଏକ ବିଶ୍ଵସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ଲାଗି ମୋଦୀ ଏସସିଓ ରାଷ୍ଟ୍ରମୁଖ୍ୟମାନଙ୍କ ନିକଟରେ ଦାବି କରିଥିଲେ।

- Advertisement -

ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଭାରତ ଆଜି ଶକ୍ତି କ୍ଷେତ୍ରରେ ୫ମ ଉତ୍ପାଦକ ରାଷ୍ଟ୍ର ବୋଲି ମୋଦୀ କହିଥିଲେ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories