www.samajalive.in
Friday, December 12, 2025
27.1 C
Bhubaneswar

ବିଜେପି ଆଇଟି ସେଲ ସମ୍ପାଦକ ନିତୁ ବୋରା ଗିରଫ; ଅପମାନଜନକ ସାମ୍ପ୍ରଦାୟିକ ମନ୍ତବ୍ୟ ମହଙ୍ଗା ପଡ଼ିଲା

ଦିସ୍‌ପୁର: ସୋସିଆଲ ମିଡିଆ ଫେସ୍‌ବୁକରେ ଅପମାନଜନକ ସାମ୍ପ୍ରଦାୟିକ ମନ୍ତବ୍ୟ ପୋଷ୍ଟ କରିବା ଆସାମର ଜଣେ ବିଜେପି ଆଇଟି ସେଲ ସମ୍ପାଦକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଆସାମ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ନିତୁ ବୋରା। ସମାନ ଅଭିଯୋଗରେ ବିଜେପି ସହ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି।

ଆସାମର ମୋରିଗାଓଁ ଏସପି ସ୍ବପ୍ନିଲ ଡେକା କହିଛନ୍ତି, ନିତୁ ବୋରା ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧରେ ଫେସବୁକରେ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଆମେ ତାଙ୍କୁ ଗିରଫ କରିଛୁ। ସେହିପରି ଉଦାଲଗୁଡ଼ି ଜିଲା ଏସପି ଲଂଗ୍ନିତ ଟେରନ କହିଛନ୍ତି, ଜଣେ ଆଦିବାସୀ ମହିଳାଙ୍କୁ ଅନ୍ୟ ଏକ ସମ୍ପ୍ରଦାୟର ପୁରୁଷ ବଳାତ୍କାର କରିଥିବା ନେଇ ବିଜେପିର ଜଣେ ସମର୍ଥକ ଫେସବୁକରେ ମିଥ୍ୟା ଖବର ପୋଷ୍ଟ କରିଥିଲେ। ତାଙ୍କୁ ଡକାଇ ପଚରାଉଚରା କରାଯାଇଛି। ଏହାବ୍ୟତୀତ ଆଉ ଜଣେ ବିଜେପି ସମର୍ଥକ ଫେସବୁକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ପୁଲିସ ତାଙ୍କୁ ପଚରାଉଚରା କରିଥିବା ପୁଲି ଟିନସୁକିଆ ଏସପି ଶିଳାଦିତ୍ୟ ଚେତିଆ କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories