www.samajalive.in
Friday, December 12, 2025
27.1 C
Bhubaneswar

ଆଜି ପହିଲି ରଜ : ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ଵର :  ବର​‌ଷ​‌କେ ଥରେ ଆସଛି ରଜ….।  ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ କୃଷି ଭିତ୍ତିକ ପର୍ବ ’ରଜ ପର୍ବ’ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ରଜ ପର୍ବର ପ୍ରଥମ ଦିନ ପହିଲି ରଜ । ମିଥୁନ ସଂକ୍ରାନ୍ତିକୁ ନେଇ ଏହି ପର୍ବ ପାଳନ କରାଯାଏ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ ଏହି ଦିନରେ ରଜ ପର୍ବ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ପହିଲି ରଜର ପୂର୍ବ ଦିନକୁ  ସଜବାଜ କୁହାଯାଏ।

ମାଟି ଓ ମଣିଷର ଅନନ୍ୟ ସଂପର୍କର ପର୍ବ ରଜ ପର୍ବ । ବର୍ଷାର ପହିଲି ସ୍ପର୍ଶରେ ମାଟିର ବାସ୍ନାରେ ଆନମନା ହୋଇଉଠେ ଚ​‌ଷା ପୂଅ । ମାଟି ମାଆକୁ ବିଶ୍ରାମ ଦେଇ, ବସୁମତୀ ସ୍ନାନ କରି ପୁଣି ଚାଷ କାମ କରେ।

- Advertisement -

ପାରମ୍ପରିକ ରଜ ପର୍ବ ପାଇଁ ଗାଁରୁ ସହର, ଚାରିଅଡେ ଆଜି ଉତ୍ସବର ପରିବେଶ । ଘରେ ଘରେ ଏବେ ପୋଡ ପିଠା ଓ ରଜ ପାନର ଆସର । ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ଗୋଡରେ ଅଳତା ସହ ନୂଆ ପୋଷାକରେ ଝିଅମାନେ ଗାଁ ଗାଁ ବୁଲିବା ସହିତ ରଜ ଦୋଳି ଖେଳ ଓ ଗୀତର ସ୍ବର ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories