www.samajalive.in
Thursday, December 11, 2025
14.1 C
Bhubaneswar

୪୫ ଡିଗ୍ରୀ ତାତିରେ ସିଝୁଛି ତତଲାଗଡ, ଜନଜୀବନ ଅସ୍ତବ୍ୟସ୍ତ

ଟିଟିଲାଗଡ଼: ତତଲାଗଡକୁ ପୁଣି ଫେରୁଛି ଗ୍ରୀଷ୍ମ ଋତୁ। ସହରରେ ଗତ କିଛି ଦିନର ତାପମାତ୍ରାକୁ ନେଇ ଅଂଚଳବାସୀଙ୍କ ମହଲରେ ଏଭଳି ଚିନ୍ତା ଘାରିଚାଲିଛି। ସରକାରି ଭାବରେ ମଙ୍ଗଲବାର ପାରା ୪୩.୬ ଡିଗ୍ରୀ ରହିଥିବା ବେଳେ ବୁଧବାର ଏହା ୪୫ ଡିଗ୍ରୀକୁ ଛୁଇଁଛି। ଜୁନ ମାସ ଦ୍ୱିତୀୟ ସପ୍ତାହରେ ମେଘର ଲୁଚକାଳି ଖେଳ ବଦଳରେ ପ୍ରଚଣ୍ଡ ରୌଦ୍ରତାପ ହାହାକାର ସୃଷ୍ଟି କରିଛି। ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରର ସାଧାରଣ ଜନତା ଆକାଶକୁ ଚାହିଁ ଅତିଷ୍ଠ ମନରେ ବାହୁନି ହେଉଛନ୍ତି। ସହର ତଥା ଗ୍ରାମାଂଚଳରେ ଲୋକେ ପାନୀୟ ଜଳ ସହ ବିଦ୍ୟୁତ କାଟ ନେଇ ଅତିଷ୍ଠ ହୋଇପଡିଲେଣି। ଗଛ ତଳେ ଆଶ୍ରୟ ନେଇ ପ୍ରଚଣ୍ଡ ସୁର୍ଯ୍ୟ ରଶ୍ମି ଜନିତ ଝାଞ୍ଜି ପବନ ଲୋକଙ୍କୁ କଳବଳ କରିପକାଇଛି।

ସୁସ୍ଥ ବଳବାନ ମନୁଷ୍ୟ ମଧ୍ୟ ଖରାରେ ମିନ୍‍ଟେ ଠିଆ ହେଇଦେଲେ ଦୁଇ ଗଡୁ ପାଏନ୍‍ ପିଇବା ବୋଲି ଆଲୋଚନା ହେଉଛି। ଶ୍ରମିକ, ରିକ୍ସା ତଥା ଠେଲା ଟାଣି ପେଟପାଟଣା ଚଲାଉଥିବା ସହସ୍ରାଧିକ ପରିବାରଙ୍କ ପେଟପାଟଣାକୁ ଏହି ପ୍ରାକୃତିକ ଦୁର୍ବିପାକ ଗୁରୁତର ଭାବରେ ପ୍ରଭାବିତ କରିଚାଲିଛି। ସକାଳୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ମନୁଷ୍ୟ, ପଶୁପକ୍ଷୀ କାହାରିକୁ ମଧ୍ୟ ତାତିରୁ ଆଶ୍ୱସ୍ତି ନାହିଁ।

- Advertisement -

ଗତ ମାର୍ଚ୍ଚ ମାସରୁ ୪୦କୁ ଛୁଇଁଥିବା ତାପମାତ୍ରା ଅଂଚଳର କୁଅ ପୋଖରିକୁ ଶୁଷ୍କ କରିଦେଇଛି। ଗତ କିଛି ଦିନର ତାପମାତ୍ରାକୁ ଦେଖିଲେ ୫ରେ ୪୨.୨, ୬ରେ ୩୯.୫, ୭ରେ ୩୯.୨, ୮ରେ ୩୮, ୯ରେ ୪୨.୬, ୧୦ରେ ୪୩.୬, ୧୧ରେ ୪୩.୪ ତଥା ସୋମବାର ୪୫ ଡିଗ୍ରୀକୁ ଛୁଇଁବା ନେଇ ଆଗକୁ ପରିସ୍ଥିତି କଣ ହେବ ସେ ନେଇ ଲୋକେ କଳନା କରୁପାରୁନାହାନ୍ତି। ନା କାଳ ବୈଶାଖୀ ଆସୁଛି ନା ମୌସୁମୀ। କିଭଳି ଅଂଚଳବାସୀ ଏହି ବିପର୍ଯ୍ୟୟରୁ ରକ୍ଷା ପାଇବେ ସେ ନେଇ କାହାରି ମୁହଁରେ ଭାଷା ନାହିଁ।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories