www.samajalive.in
Sunday, December 7, 2025
16.1 C
Bhubaneswar

ଟ୍ବିଟ୍‌ କରିବାରୁ ସାମ୍ବାଦିକଙ୍କୁ ଜେଲ; ଉତ୍ତରପ୍ରଦେଶରେ ଯୋଗୀ ରାଜ୍‌କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍‌ ଚାଲିଛି। ନିକଟରେ ଘଟିଥିବା ଏପରି ଏକ ଘଟଣା ଏହା ପ୍ରମାଣିତ କରିଛି। ଯୋଗୀଙ୍କ ସମ୍ପର୍କରେ ଟ୍ବିଟ୍‌ କରିବାରୁ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେବା ପରେ ଦେଶବ୍ୟାପୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ପୁଲିସ ବିଭାଗକୁ ସମାଲୋଚନା କରାଯାଇଛି। ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏପରି ଏକଚ୍ଛତ୍ରବାଦୀ ଶାସନକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ଏହା ସହିତ ତୁରନ୍ତ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ତଳକୋର୍ଟଙ୍କୁ ନିର୍ଦେଶ ଦେବା ସହିତ କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, କନୋଜିଆ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଜଣେ ମହିଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏପରି ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ହାନି କରୁଥିବା ଏବଂ ତାଙ୍କୁ ବଦନାମ କରିବା ପାଇଁ ପୋଷ୍ଟ କରାଯାଇଥିବା ଅଭିଯୋଗରେ ପୁଲିସ ଏତଲା ରୁଜୁ କରି କନୋଜିଆଙ୍କୁ ଗତ ଶୁକ୍ରବାର ରାତିରେ ଗିରଫ କରିଥିଲା। ପରେ ଏହି ପ୍ରସଙ୍ଗରେ ଏକ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଏବଂ ସମ୍ପାଦକଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ୬ଟି ଏତଲା ଦିଆଯାଇଥିଲା। ଜିଲା ମାଜିଷ୍ଟ୍ରେଟ ଏହି ମାମଲାରେ କନୋଜିଆଙ୍କୁ ୧୧ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

- Advertisement -

ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଏବଂ ରାଜ୍ୟ ପୁଲିସ ବିଭାଗକୁ କଡ଼ା ଭର୍ତ୍ସନା କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି, ଏହି ଘଟଣା ବାକ୍‌ ସ୍ବାଧୀନତା ଏବଂ ସ୍ବତନ୍ତ୍ରତା ନେଇ ରହିଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଏହା କ’ଣ ଏକ ହତ୍ୟା ମାମଲା କି ବୋଲି ସୁପ୍ରିମକୋର୍ଟ ତଳକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି। କନୋଜିଆଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରାଯାଇପାରିବ କିନ୍ତୁ ଉତ୍ତର ପ୍ରଦେଶ ପୁଲିସ ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଅତ୍ୟନ୍ତ ଅପ୍ରୀତିକର। ଆମେ ତଦନ୍ତ ପ୍ରକ୍ରିୟା କିମ୍ବା ଏତଲାକୁ ରଦ୍ଦ କରୁନାହୁଁ। କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣଯୋଗ୍ୟ ନୁହେଁ। ଆମେ ସମସ୍ତେ ଏକ ଦେଶରେ ବାସ କରୁଛୁ, ଯେଉଁଠି ଏକ ସମ୍ବିଧାନ ରହିଛି ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories