www.samajalive.in
Saturday, December 6, 2025
15.1 C
Bhubaneswar

ୟୁଏଇରେ ବସ୍‌ ଦୁର୍ଘଟଣା; ୮ ଭାରତୀୟଙ୍କ ସମେତ ୧୭ ମୃତ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍‌ସରେ ଏକ ବସ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି। ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଓମାନରେ ଥିବା ମୱାସଲଟ ନାମକ ସରକାରୀ ବସ୍‌ କମ୍ପାନୀର ଏକ ବସ୍‌ ମସ୍କାଟରୁ ଦୁବାଇ ଯାଉଥିବାବେଳେ ଗୁରୁବାର ସକାଳ ପ୍ରାୟ ୬ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି। ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୩ ଭାରତୀୟ ରଶିଦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି।

- Advertisement -

ଦୁବାଇ ପୁଲିସ ପକ୍ଷରୁ ମଧ୍ୟ ଶୁକ୍ରବାର ସକାଳେ ଦୁର୍ଘଟଣା ସମ୍ପର୍କରେ ଟ୍ବିଟ୍‌ କରାଯାଇଛି। ମସ୍କାଟ-ଦୁବାଇ ରୁଟ୍‌ର ଶେଖ୍‌ ମହମ୍ମଦ ବିନ୍‌ ଜାୟଦ ରୋଡ୍‌ରେ ଥିବା ଏକ ସାଇନବୋର୍ଡକୁ ବସଟି ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତ ସମେତ ଅନ୍ୟାନ୍ୟ ଦେଶର ନାଗରିକ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories