www.samajalive.in
Saturday, December 6, 2025
15.1 C
Bhubaneswar

ରୋଗ ଭଲ ନ ହେବାରୁ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା କଲା ରୋଗୀ

ଭୋପାଳ: ଡାକ୍ତରଙ୍କ ଚିକିତ୍ସାରେ ସନ୍ତୁଷ୍ଟ ନ ଥିଲେ ରୋଗୀ। କାରଣ ୬ମାସ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ରୋଗ ଭଲ ହେଉ ନ ଥିଲା। ଏହି କାରଣରୁ ସମ୍ପୃକ୍ତ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏପରି ଘଟଣା ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଡାକ୍ତର ରାମକ୍ରିଷ୍ଣା ବର୍ମାଙ୍କ ପତ୍ନୀ ଲତା ବର୍ମା। ପୁଲିସ ଅଭିଯୁକ୍ତ ରଫିକ ରଶିଦଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଇନ୍ଦୋରର ମାଲୱା ମିଲ୍‌ସ ଅଞ୍ଚଳରେ ଥିବା ଡା. ରାମକ୍ରିଷ୍ଣାଙ୍କ କ୍ଲିନିକରେ ଏହି ହତ୍ୟାକାଣ୍ଡ ଘଟିଛି। ରାମକ୍ରିଷ୍ଣ ନିଜ ଘରେ କ୍ଲିନିକ ଚଳାଉଥିଲେ। ରଫିକ ରଶିଦ ନାମକ ବ୍ୟକ୍ତି ଚର୍ମ ରୋଗ ପାଇଁ ତାଙ୍କ ନିକଟକୁ ଚିକିତ୍ସା ଲାଗି ଆସିଥିଲେ। ପାଖାପାଖି ୬ମାସ ଧରି ସେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କୁ କୌଣସି ଉପଶମ ମିଳୁ ନ ଥିଲା। ଗୁରୁବାର ପୂର୍ବାହ୍ନ ୧୧ଟାରେ ରଫିକ ଡାକ୍ତରଙ୍କ କ୍ଲିନିକକୁ ଯାଇଥିଲେ। ଡାକ୍ତର ରାମକ୍ରିଷ୍ଣ ଘରେ ନ ଥିବା ତାଙ୍କ ପତ୍ନୀ ଲତା ରଫିକଙ୍କୁ କହିଥିଲେ। ତେବେ ରୋଗ ଭଲ ହେଉ ନ ଥିବା କାରଣରୁ ରଫିକ ଲତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହେବାରୁ ରଫିକ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଲତାଙ୍କ ଚିତ୍କାର ଶୁଣି ପୁଅ ଅଭିଶେକ ଘରୁ ଆସି ମା’ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ରଫିକ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ରଫିକଙ୍କୁ ଧରି ପୁଲିସ ଜିମା ଦେବା ସହ ଲତା ଏବଂ ତାଙ୍କ ପୁଅଙ୍କୁ ହସ୍ପିଟାଲ ନେଇଥିଲେ। ଲତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅଭିଶେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories