nua o banner

ଦେଶର କୌଣସି ଭାଗରେ କୌଣସି ଭାଷାକୁ ଜୋର୍‍ କରି ଲଦି ଦିଆଯିବ ନାହିଁ : ଏସ୍‍. ଜୟଶଙ୍କର

BJD Bijuli 480×75 Mob

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ଭାଷାକୁ ସମ୍ମାନ ଦିଅନ୍ତି ଓ ଦେଶର କୌଣସି ଭାଗରେ କୌଣସି ଭାଷାକୁ ଜୋର୍‍ କରି ଲଦି ଦିଆଯିବ ନାହିଁ। ଏକ ଟ୍ୱିଟ୍‍ କରି ସେ କହିଛନ୍ତି, ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଦିଆଯାଇଥିବା ଜାତୀୟ ଶିକ୍ଷାନୀତି କେବଳ ଏକ ଚିଠା ରିପୋର୍ଟ । ସେ କହିଛନ୍ତି, ସର୍ବସାଧାରଣ ଓ ରାଜ୍ୟ ସରକାରମାନଙ୍କ ସମେତ ସମସ୍ତଙ୍କ ସହ ବିଚାର ବିମର୍ଶ କରାଯାଇ ତିନୋଟି ଭାଷା ନିୟମ ଉପରେ ନିଷ୍ପତ୍ତି ନିଆଯିବ।

ଗତ ଶନିବାର ଦିନ ଶିକ୍ଷା ସଚିବ ଆର୍‍. ସୁବ୍ରମଣ୍ୟମ୍‍ ମଧ୍ୟ କେନ୍ଦ୍ର ସରକାରଙ୍କଦ୍ୱାରା କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ସମସ୍ତ ଭାରତୀୟ ଭାଷାର ସମାନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

Comments are closed.