www.samajalive.in
Sunday, December 14, 2025
19.1 C
Bhubaneswar

ଶପଥଗ୍ରହଣ ଉତ୍ସବରେ ସାହାଯ୍ୟ ପାଇଁ ସ୍ମୃତି ଇରାନୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଲେ ଆଶା ଭୋସଲେ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଆଶା ଭୋସଲେ ଗୁରୁାବର ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଏହା ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୯ଟାରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଅତ୍ୟଧିକ ଭିଡ଼ ଯୋଗୁଁ ଆଶା  ଭିଡ଼ରେ ଫଶି ଯାଇଥିଲେ। ସେ କିପରି ସେଥିରୁ ବାହାରିବେ ଜାଣିପାରୁ ନ ଥିଲେ। ଏଭଳି ଏକ ସମୟରେ ସ୍ମୃତି ଇରାନୀ ତାଙ୍କୁ ସହାୟତାର ହାତ ବଢାଇଥିଲେ। ସେ ଆଶାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ। ଏହାକୁ ନେଇ ଆଶା ସ୍ମୃତିଙ୍କୁ ଧନ୍ୟବାଦ ଦେବାସହ ଏନେଇ ଟ୍ବିଟରରେ ସ୍ମୃତିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି- ଶପଥଗ୍ରହଣ ଉତ୍ସବରେ ମୁଁ ବାଟବଣା ହୋଇଯାଇଥିଲି। ମାତ୍ର ମୋତେ ସାହାଯ୍ୟ କରିବାକୁ କେହି ଆଗକୁ ଆସିନଥିଲେ। ଏହି ସମୟରେ ସ୍ମୃତି ମୋତେ ସହାୟତାର ହାତ ବଢାଇଥିଲେ।। ସେ ମୋତେ ଭିଡ଼ ଭିତରୁ ବାହାର କରିଥିଲେ। ସ୍ମୃତି ଇରାନୀ ମୋତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ। ଏହାର ଜବାବରେ ସ୍ମୃତି ହାତ ଜୋଡ଼ିଥିବା ଏକ ଇମୋଜୀ ଶେୟାର କରିଛନ୍ତି।

- Advertisement -

ଗୁରୁବାର ନୂତନ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ସମାରୋହରେ ଦେଶ ତଥା ବିଦେଶର ବଡ଼ ବଡ଼ ରାଜନେତାମାନେ ଯୋଗ ଦେଇଥିଲେ। ବଲିଉଡ୍‌ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ତଥା ହାସ୍ୟଅଭିନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ କଙ୍ଗନା ରାଣାଓ୍ବତ, କରନ୍‌ ଜୋହର, ଦିବ୍ୟା କୁମାର ଖୋସଲା, ଅନୁପମ ଖେର, ଅନିଲ କପୁର, ରାଜକୁମାର ହିରାନୀ, ଶାହିଦ କପୁର ପ୍ରମୁଖ ରହିଥିଲେ। ଏଥିରେ ଭାରତର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories