www.samajalive.in
Monday, December 15, 2025
16.1 C
Bhubaneswar

ମୋଦୀଙ୍କ ୫୮ ଜଣିଆ ମନ୍ତ୍ରିମଣ୍ଡଳ : ୧୯ ନୂଆ ମୁହଁ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ କ୍ରମାଗତ ୨ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ସହ ୫୮ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ମୋଦୀଙ୍କ ଏହି କ୍ୟାବିନେଟରେ ୧୯ ନୂଆ ମୁହଁକୁ ସ୍ଥାନ ମିଳିଛି । ୨୫ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ, ୯ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଏବଂ ୨୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ଏହି କ୍ୟାବିନେଟରେ ୬ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।
ସ୍ମୃତି ଇରାନୀ(୪୩) ସବୁଠାରୁ ଯୁବ ମନ୍ତ୍ରୀ ଏବଂ ରାମ ବିଳାଶ ପାଶୱାନ(୭୨) ସବୁଠାରୁ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ ସ୍ୱାସ୍ଥ୍ୟଗତ କାରଣରୁ ଅନିଚ୍ଛା ପ୍ରକାଶ କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ସେହିପରି ଜେ.ପି ନଡ୍ଡାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନାହିଁ କାରଣ ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମେନକା ଗାନ୍ଧୀ ଓ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‍ ଦିଆଯାଇଛି। ତେବେ ଶେଷ ମୁହୂର୍ତ୍ତରେ ଜେଡିୟୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହିଁ।

ତେବେ ୨୦୧୪ରେ ଶପଥ ଗ୍ରହଣ ସମୟରେ ମୋଦୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୭୧ଥିବାବେଳେ ଏଥର ୫୮ରେ ସୀମିତ ରହିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories