www.samajalive.in
Sunday, December 7, 2025
26.1 C
Bhubaneswar

ବାର ଅନୁଯାୟୀ ଅନ୍ୟ ଠାରୁ ଗ୍ରହଣ କରନ୍ତୁ ନାହିଁ ଏହି ଦ୍ରବ୍ୟ ; ଆସେ ଦୁର୍ଭାଗ୍ୟ

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ସମାଜରେ ଏହା ସର୍ବଦା ଦେଖାଯାଇଥାଏ। ମାତ୍ର ଏହା ଉପରେ ମଧ୍ୟ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଆମରବହୁ କ୍ଷତି ଘଟିଥାଏ।
ସୋମବାର – ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟର କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ।
ମଙ୍ଗଳବାର – ଏହି ଦିନ କେହି ମିଠା ହେଲେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ ଖରାପ ପ୍ରଭାବ ପଡ଼ିଥାଏ।
ବୁଧବାର – ଏହି ବାରରେ ଅଣ୍ଡା ଓ ସବୁଜ ପନିପରିବା କେହି ଦେଲେ ଆଣନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହେ।
ଗୁରୁବାର – ଏହି ବାରରେ କାହା ଠାରୁ କୌଣସି ହଳଦିଆ ଦ୍ରବ୍ୟ ଦାନ ଭାବେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ।
ଶୁକ୍ରବାର – ଏହି ବାରରେ କାହା ଠାରୁ ସେଣ୍ଟ୍‍, ରୁମାଲ୍‍ ଓ ଫୁଲ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ।
ଶନିବାର – ଏହି ବାରରେ କାହା ଠାରୁ ଲୁହା ଓ କଳା ରଙ୍ଗର ଲୁଗା ଅଥବା କପଡ଼ା ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପରିବାରରେ ସଭିଁଙ୍କ ଶରୀର ଅସୁସ୍ଥ ରହିଥାଏ।
ରବିବାର – ଏହି ବାରରେ କାହାଠାରୁ ଅଟା, ସୁଜି ଆଦିରେ ପ୍ରସ୍ତତ ଖାଦ୍ୟ ଓ ତମ୍ବାରେ ତିଆରି ବସ୍ତୁ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିବା ସହ ଧନ ହାନି ହୋଇଥାଏ।
ଏହି ସବୁ ଦ୍ରବ୍ୟ ବ୍ୟତୀତ ଯଦି କେହି ଧଳା ରଙ୍ଗର ମିଠା ଦିଏ, ତେବେ ସେଥିରୁ କିଛି ପ୍ରଥମେ ବାହାରେ ପକାନ୍ତୁ। ଏହା ପରେ ଗ୍ରହଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ି ନଥାଏ।
ଲେମ୍ବୁ – କାହାଠାରୁ ଲେମ୍ବୁ ମଧ୍ୟ ଉଦ୍ଧାର ନେବା ଉଚିତ ନୁହେଁ ,ଏହା ଦ୍ୱାରା ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories