www.samajalive.in
Sunday, December 7, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍

ବ୍ରିଷ୍ଟଲ : ବିଶ୍ବକପ୍ ପୂର୍ବରୁ ତା’ର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳଙ୍କୁ ଚେତାବନୀ ଦେଇଛି ୱେଷ୍ଟଇଣ୍ଡିଜ୍। ୩ ଦିନ ତଳେ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତ କରିଥିବା ନ୍ୟୁଜିଲାଣ୍ଡର ବୋଲିଂ ବିରୋଧରେ ମଙ୍ଗଳବାର ଅଭ୍ୟାସ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୪୨୧ ରନ୍‌କରି ଅଲ୍ଆଉଟ ହୋଇଥିଲା। ଫଳରେ ନ୍ୟୁଜିଲାଣ୍ଡ ୯୧ ରନ୍‌ରେ ବିଜୟୀ ହୋଇଛି। କେବଳ ନିକୋଲାସ୍ ପୂରନ୍‌ଙ୍କୁ ଛାଡ଼ି ଦଳର ସମସ୍ତ ବ୍ୟାଟ୍‌ସମ୍ୟାନ୍ ରନ୍ କରିଥିଲେ; ତାହା ପୁଣି ଦ୍ରୁତଗତିରେ। ସାଇ ହୋପ୍ ଶତକ ମାରିଥିଲେ। ୪୨୨ ରନ୍ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ୪୭.୨ ଓଭରରେ ୩୩୦ ରନ୍‌କରି ଅଲ୍ଆଉଟ ହୋଇଥିଲା।
ନ୍ୟୁଜିଲାଣ୍ଡ ୱିକେଟ ରକ୍ଷକ ଟମ୍ ବ୍ଲଣ୍ଡେଲ ଶତକ (୧୦୬) ମାରିଥିଲେ। ବ୍ରଣ୍ଡେଲ ୮୯ ବଲ୍‌ ଖେଳି ୫ଟି ଛକା ଓ ୮ଟି ଚୌକା ମାରିଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ୬୪ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୮୫ ରନ୍ କରିଥିଲେ। ଇସ୍ ସୋଢ଼ି ୩୯ ରନ୍ କରିଥିବା ବେଳେ ଅନ୍ୟ କେହି ବଡ଼ ସ୍କୋର୍ କରି ପାରିନଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍ ୩ଟି ଓ ଫାବିଏନ୍ ଆଲେନ୍ ୨ଟି ୱିକେଟ ନେଇଥିଲେ।
ଆରମ୍ଭରୁ କ୍ରିସ୍ ଗେଲ୍‌ଙ୍କ ବ୍ୟାଟ୍‌ ଚମକିଥିଲା। ୫୯ ରନ୍‌ର ଦ୍ରୁତ ଓପ୍‌ନିଂ ଭାଗିଦାରୀ ପରେ ଗେଲ୍‌ ୨୨ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୩୬ ରନ୍ କରିଥିଲେ। ଅନ୍ୟ ଓପ୍‌ନର ଏଭିନ୍ ଲୁଇସ୍ ୫୪ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ବାମହାତି ଡ୍ୟାରେନ୍ ବ୍ରାଭୋ ୨୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍ କରିଥିଲେ। ସିମ୍ରନ୍ ହେତ୍‌ମେୟର ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍ କରିଥିଲେ। ସାଇ ହୋପ୍ ୮୬ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୧୦୧ ରନ୍ କରିଥିଲେ। ଅଧିନାୟକ ଜେସନ୍ ହୋଲ୍‌ଡର ୩୨ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୭ ରନ୍ କରିଥିଲେ। ଆଇପିଏଲ୍‌ର ସଫଳତା ଏହି ମ୍ୟାଚ୍‌ରେ ମଧ୍ୟ ଦୋହରାଇଥିଲେ ଆ​‌େ​‌ନ୍ଦ୍ର ରସେଲ। ଆଇପିଏଲ୍‌ ପରି ରସେଲ ଏହି ମ୍ୟାଚ୍‌ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୨୫ ବଲ୍‌ରୁ ରସେଲ ୩ଟି ଛକା ଓ ୭ଟି ଚୌକା ସହ ୫୪ ରନ୍ କରିଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍ କରିଥିବା ବେଳେ ଆସ୍‌ଲେ ନର୍ସ ୨୧ ରନ୍‌କରି ଅପରାଜିତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories