www.samajalive.in
Sunday, December 14, 2025
19.1 C
Bhubaneswar

ସଞ୍ଜୁ ବାବା ଲୁକରେ ରଣବୀର

ଏପ୍ରିଲ ୨୪ରେ ସୋସିଆଲ ସାଇଟ୍ ଜରିଆରେ ରାଜକୁମାର ହିରାନୀଙ୍କ ଚଳଚ୍ଚିତ୍ର ‘ସଞ୍ଜୁ’ର ଟିଜର୍ ଇତିମଧ୍ୟରେ ମୁକ୍ତିଲାଭ କରିଛି। ସଞ୍ଜୟ ଦତ୍ତଙ୍କ ଏହି ବାଇଓପିକରେ ରଣବୀର କପୁର ମୁଖ୍ୟ ଭୂମିକାରେ ଦେଖାଦେବେ। ସଞ୍ଜୁ ଚଳଚ୍ଚିତ୍ରର ଟିଜର୍ ସର୍ବପ୍ରଥମେ ରଣବୀରଙ୍କ ମା’ ନିତୁ ସିଂ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ କରିଥିଲେ। ୬ ଘଣ୍ଟାରେ ଏହି ଭିଡିଓକୁ ୭୦ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ଲକ୍ଷାଧିକ ଲୋକେ ନିଜ ମତ ଉପସ୍ଥାପନ କରିଥିଲେ।

ସବୁଠୁ ରୋଚକ କଥା ଥିଲା ଯେ ରଣବୀର ଅବିକଳ ସଞ୍ଜୟ ଦତ୍ତଙ୍କ ପରି ଏହି ଚଳଚ୍ଚିତ୍ରରେ ଦିଶୁଛନ୍ତି। ସଞ୍ଜୟଙ୍କ ପରି ଦେଖାଯିବା ନିମନ୍ତେ ରଣବୀର କଠିନ ପରିଶ୍ରମ କରିଥିଲେ। ପ୍ରାରମ୍ଭିକ ପର୍ୟ୍ୟାୟରେ ଓଜନ ବଢ଼ାଇବା ପରେ କମ୍ କରିବା, ଏସବୁ ଭିତରେ ଥକିଯାଇଥିଲେ ରଣବୀର। ହେଲେ ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟ ନିମନ୍ତେ ସଞ୍ଜୟ ଦତ୍ତ ହିଁ ତାଙ୍କ ମନୋବଳ ବଢ଼ାଇଥିଲେ। ୯ ମାସର ସୁଟିଂ ପରେ ଶେଷରେ ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍ କାମ ଶେଷ ହୋଇଛି। ରଣବୀରଙ୍କ ସହ-କଳାକାର ଭୂମିକାରେ ଏଥିରେ ଅନୁଷ୍କା ଶର୍ମା, ସୋନମ୍ କପୁର, ଦିୟା ମିର୍ଜା, ମନିଷା କୋଇରାଲା, ପରେଶ ରାୱଲ ଦେଖାଦେବେ। ଏକ ସାକ୍ଷାତକାରରେ ରଣବୀର କହିଛନ୍ତି, ସଞ୍ଜୟଙ୍କ ଚାଲିବା ଶୈଳୀକୁ ଅନୁକରଣ କରିବାକୁ ତାଙ୍କୁ ଦେଢ଼ ସପ୍ତାହ ସମୟ ଲାଗିଥିଲା। ସେ ଅନେକ ସମୟରେ ଧୈର୍ୟ୍ୟହରା ହେଉଥିଲେ, ହେଲେ ସଞ୍ଜୟ ଦତ୍ତ ତାଙ୍କୁ ଉଚିତ୍ ପରାମର୍ଶ ଦେଇ ଆଗକୁ ବଢ଼ିବାକୁ କହୁଥିଲେ। ଜୁନ୍ ୨୯ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ଯୋଜନା ରହିଛି।

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories