ପୁଅ କଲା ଗଣ୍ଡଗୋଳ ବାପାକୁ ହାଣିଲେ ଦୁର୍ବୃତ୍ତ
ସମ୍ବଲପୁର: ରେଙ୍ଗାଲି ବ୍ଳକ୍ କଟରବାଗରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ଘଟିଯାଇଛି । ପୁଅଠାରୁ ପ୍ରତିଶୋଧ ନେବାକୁ ଯାଇ ଦୁର୍ବୃତ୍ତମାନେ ବାପିକୁ ହାଣି ହତ୍ୟା କରିଛନ୍ତି ।
ସୂଚନାଯୋଗ୍ୟ, ବିବାହ ବରଯାତ୍ରୀରେ ଏକ ସାଧାରଣ କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳେ ଜଣେ ଯୁବକ ଅନ୍ୟ ଜଣଙ୍କ ଘରକୁ ଯାଇଥିଲା। ଘରେ ପୁଅକୁ ନ ପାଇ ଘରେ ଉପସ୍ଥିତ ଥିବା ତାଙ୍କ ବାପାଙ୍କୁ ଗଳା କାଟି ହତ୍ୟା କରିଛି । ଗାଁଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆଉ ଦୁଇ ଦିନ ପରେ ଝିଅର ବାହାଘର ହୋଇଥାଆନ୍ତା ବୋଲି ଜଣାପଡିଛି ।