www.samajalive.in
Friday, December 12, 2025
16.1 C
Bhubaneswar

ଆତଙ୍କବାଦ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବ ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ତାଙ୍କ ଦ୍ଵିତୀୟ ପାଳିରେ ଆତଙ୍କବାଦ ତଥା ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବେ। ଏହା ବ୍ୟତୀତ ନୂଆ ସରକାର ଅବୈଧ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ। ସରକାର ସାରା ଦେଶରେ ଜାତୀୟ ନାଗରିକ ରେଜିଷ୍ଟାର ଲାଗୁ କରିବେ। ଜାମ୍ମୁ କାଶ୍ମୀରରେ ଧାରା ୩୫ଏ ଉଛେଦ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବାର ସମ୍ଭାବନା ରହିଛି।

ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବେଳେ ମୋଦୀ ଗୁରୁବାର (ମେ ୩୦)ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାରି କରିଥିବା ସଂକଳ୍ପ ପତ୍ରରେ ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱ ଓ ଗତ ୫ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ କଥା କହିଥିବା ବେଳେ ଆସନ୍ତା ୫ବର୍ଷ ମଧ୍ୟରେ ଆତଙ୍କବାଦକୁ ବରଦାସ୍ତ ନ କରିବା ନୀତି ଆପଣେଇବ। ସଂକଳ୍ପ ପତ୍ରରେ କୁହାଯାଇଛି,’ଆମ ସୁରକ୍ଷା ନୀତି ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ, ଆମେ ସର୍ଜିକାଲ ଷ୍ଟ୍ରାଇକ ଓ ଏଆର ଷ୍ଟ୍ରାଇକ କରି ଏହା ଦେଖାଇଛୁ।’

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories