www.samajalive.in
Friday, December 12, 2025
16.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଏବେ ମଧ୍ୟ ୨୭୫ ଆତଙ୍କବାଦୀ ସକ୍ରିୟ ; ପିଓକେରେ ୧୬ଟି ଆତଙ୍କବାଦୀ ଶିବିର

ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୁଳୋତ୍ପାଟନ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ତେବେ ଗୋଟିଏ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ଅବା ଗୋଷ୍ଠୀକୁ ନିପାତ କରିବା ପରେ ଆଉ ଏକ ଗୋଷ୍ଠୀ ଜନ୍ମ ​ନେଉଛି ଏବଂ ଆଉ ଜଣେ ଛାମୁଆ ନେତାଙ୍କ ଅଧିନରେ ତାହା କାର୍ଯ୍ୟ କରୁଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରରେ ଚଳିତ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ୧୭୭ଟି  ଆତଙ୍କୀ କାର୍ଯ୍ୟକଳାପରେ ୬୧ ଜଣ ସୁରକ୍ଷାକର୍ମୀ ଏବଂ ୧୧ ଜଣ ସାଧାରଣ ନାଗରିଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ୧୪୨ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭୩ ଜଣ ସୁରକ୍ଷାକର୍ମୀ ଥିବାବେଳେ ୬୯ ଜଣ ହେଉଛନ୍ତି ସାଧାରଣ ନାଗରିକ ।

- Advertisement -

​ତେ​‌ବେ ଏହି ଘଟଣାରେ ୮୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ​‌ ଜାମ୍ମୁ-କାଶ୍ମୀରରେ ଏବେ ମଧ୍ୟ ୨୭୫ ଆତଙ୍କବାଦୀ ସକ୍ରିୟ ଥିବା ରାଜ୍ୟ ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ରୁ ୧୨୦ ଜଣ ବିଦେଶୀ ଆତଙ୍କବାଦୀ ଥିବା ଡିଜିପି ପୁଞ୍ଚ ଠାରେ ଆୟୋଜିତ ଏକ ପୁଲିସ ଦରବାରରେ କହିଛନ୍ତି । କୁଖ୍ୟାତ ଆତଙ୍କବାଦୀ ଜାକିର ମୂସାର ମୃତ୍ୟୁ ପରେ କାଶ୍ମୀରରେ ତାହା ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆତଙ୍କବାଦର ନୂତନ ଚିନ୍ତାଧାରା ସମାପ୍ତ ହୋଇ ନାହିଁ ।ତେବେ ରାଜ୍ୟରେ ନିଶା କାରବାର ରୋକିବା ପାଇଁ ଚାଲିଥିବା ଅଭିଯାନକୁ ସଫଳତା ମିଳିଛି ବୋଲି ଶ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଆରପଟେ ୪୫୦ ଆତଙ୍କବାଦୀ ସକ୍ରିୟ ଥିବା ଜଣାପଡିଛି ପାକିସ୍ତାନ ସହଯୋଗରେ ପାକ୍ ଅଧିକୃତ କାଶ୍ମୀରରେ ୧୬ଟି ଆତଙ୍କବାଦୀ ଶିବିର କାର୍ଯ୍ୟ କରୁଥିବା କମାଣ୍ଡର ଲେଫନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories