www.samajalive.in
Sunday, December 14, 2025
14.1 C
Bhubaneswar

ଦେଢ଼ କୋଟି ଟଙ୍କା ଭର୍ତ୍ତି ବ୍ୟାଗ ଫିଙ୍ଗି ପଳାଇଲେ ବାଇକ୍ ଆରୋହୀ

ଚେନ୍ନଇ : ଦୁଇ ଜଣ ଯୁବକ ରବିବାର ରାତି ପ୍ରାୟ ଦୁଇଟା ସମୟରେ ମୋଟର ସାଇକଲରେ ଆସି ଏରିକାରାଇ ଅଞ୍ଚଳର ବରଦାପୁରମ୍‌ ରାସ୍ତାରେ ଏକ ବ୍ୟାଗ୍‌ ଫିଙ୍ଗି ଦେଇଗଲେ; ଯେଉଁଥିରେ ଦେଢ଼ କୋଟି ଟଙ୍କା ଥିଲା। ପରେ ଏହି ଟଙ୍କା ନେବାକୁ ମଧ୍ୟ କେହି ଆସି ନାହାନ୍ତି। ଏଭଳି କହିଛନ୍ତି ଚେନ୍ନଇର ଅବିରାମପୁରମ୍‌ ଥାନା ଅଧିକାରୀ। ରାତ୍ରି ପାଟ୍ରୋଲିଂ କରୁଥିବା ପୁଲିସ ସମ୍ପୃକ୍ତ ଯୁବକଙ୍କୁ ପିଛା କରିଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ। ପରେ ଘଟଣାସ୍ଥଳରୁ ସନ୍ଦିଗ୍ଧ ବ୍ୟାଗ୍‌କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ବ୍ୟାଗ ଖୋଲି ଟଙ୍କା ଗଣିବାବେଳକୁ ଏଥିରେ ଦେଢ଼ କୋଟି ଟଙ୍କାର କେବଳ ୫୦୦ଟଙ୍କିଆ ନୋଟ୍‌ ରହିଥିବା ଦେଖିବାକୁ ମିଳିଥିଲା। ଏ ନେଇ ତଦନ୍ତ ଚାଲିଛି; ଏତେଗୁଡ଼ାଏ ଟଙ୍କା ଥାନାରେ ନ ରଖି ସରକାରୀ କୋଷାଗାରକୁ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories