ହରିଦ୍ବାର : ମଇ ୨୩କୁ ‘ମୋଦୀ ଦିବସ’ କିମ୍ବା ‘ଲୋକ କଲ୍ୟାଣ ଦିବସ’ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଯୋଗଗୁରୁ ରାମଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଭାବେ ଜଣାଶୁଣା ରାମଦେବ ସେ ଦିନ ଫଳାଫଳରେ ବିଜେପିର ବିପୁଳ ବିଜୟ ଦୃଷ୍ଟିରୁ ଏଭଳି ପ୍ରସ୍ତାବ ରଖିଥିବା କହିଛନ୍ତି। ଦେଶବାସୀ ମୋଦୀଙ୍କ ଶାସନରେ ସୁରକ୍ଷିତ ବୋଲି ଫଳାଫଳରୁ ପ୍ରମାଣିତ ହୋଇଥିବା ସେ ଦର୍ଶାଇଛନ୍ତି। ଏଥିସହିତ ଏକ ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବ ସେ ରଖିଛନ୍ତି; ଯେଉଁଥିରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କୌଣସି ଦମ୍ପତିଙ୍କ ତୃତୀୟ ସନ୍ତାନକୁ ମତଦାନ ଅଧିକାରରୁ ବଞ୍ଚିତ ରଖାଯିବା ଉଚିତ ବୋଲି କୁହାଯାଇଛି। ପୁନଶ୍ଚ ଗୋ-ହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ସେ ଦାବି କରିଛନ୍ତି।
Popular Categories



