ଖରା ଦିନେ ମୁହଁର ଯତ୍ନ ନେବା ସହ କେଶର ମଧ୍ୟ ଯତ୍ନ ନେବା ଆବଶ୍ୟକ। ଖରାଦିନରେ ଖରା ଓ ପବନରେ ପ୍ରଦୂଷିତ ଧୂଳି ମୁହଁ ଓ କେଶକୁ ଖରାପ କରି ଦେଇଥାଏ। ଏହାଦ୍ବାରା କେଶର ଅନେକ କ୍ଷତି ହୋଇଥାଏ। ଏହାଦ୍ବାରା କେଶରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ କିଛି ସହଜ ଉପାୟ ରହିଛି ଯାହାକୁ ଆପଣେଇ ଖରା ଦିନେ କେଶର ଅନେକ ସମସ୍ୟାରୁ ରକ୍ଷା ପାଇପାରିବା। ଆସନ୍ତୁ ଜାଣିବା ସେ ସବୁ ଉପାୟ ବିଷୟରେ ..
ଖରା ଦିନେ ଅଧିକ ଝାଳ କାରଣରୁ କେଶର ମୂଳରେ ଧୂଳି ଜମି ରହିଥାଏ। ଏହାଦ୍ବାରା ରୂପି ସମସ୍ୟା ଉତ୍ପନ୍ନ ହୋଇଥାଏ। କେଶ ମଧ୍ୟ ଚିପଚିପ୍ ଲାଗେ। ଏପରି କେଶରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସାମ୍ପ୍ୟୁ କରିବା ଉଚିତ। କିନ୍ତୁ ପ୍ରତିଦିନ ସାମ୍ପ୍ୟୁ କଲେ କେଶ ଖରାପ ହୋଇଯାଏ। ତେବେ ଦୁଇ ଦିନକୁ ଥରେ କେଶ ଧୂଅନ୍ତୁ।
ଖରା ଦିନେ କେଶରେ ସିରମ୍ ଲଗାଇବା ଆବଶ୍ୟକ। ଏହା କେଶର ଚମକ ବୃଦ୍ଧି କରିବା ସହ ଧୂଳି ଓ ପ୍ରଦୂଷଣରୁ ସୁରକ୍ଷିତ ରଖିଥାଏ।
କେଶର ଶୁଷ୍କପଣ ଦୂର କରିବା ପାଇଁ ସପ୍ତାହକୁ ଥରେ କେଶରେ ତେଲ ମାଲିସ କରନ୍ତୁ।
ଖରାରେ ବାହାରକୁ ବାହାରିବା ବେଳେ ମୁଣ୍ଡକୁ ଭଲ ଭାବେ ଘୋଡାଇ ରଖନ୍ତୁ।
ଖରା ଦିନେ ସାମ୍ପ୍ୟୁ କରିବା ପରେ କଣ୍ଡିସନର ବ୍ୟବହାର କରନ୍ତୁ।



