www.samajalive.in
Wednesday, December 10, 2025
16.1 C
Bhubaneswar

ଦକ୍ଷିଣ ସୁଦାନରେ ଜାତିସଂଘ ମିଶନର ମୁଖ୍ୟହେଲେ ଭାରତୀୟ ସେନା ଅଧିକାରୀ

ନୂଆଦିଲ୍ଲୀ .- ଭାରତୀୟ ସେନା ଅଧିକାରୀ ଲେଫନାଣ୍ଟ ଜେନେରାଲ ଶୈଳେଶ ତିନାକାରଙ୍କୁ ଦକ୍ଷିଣ ସୁଦାନରେ ଚାଲିଥିବା ମିଳିତ ଜାତିସଂଘର ମିଶନର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟାନିଓ ଗୁଟେରସ୍‌ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଲେଫନାଣ୍ଟ ଜେନେରାଲ ଶୈଳେଶ ଜାତିସଂଘର ଆଙ୍ଗୋଲା ଭେରିଫିକେସନ୍‌ ମିଶନ-୩ରେ କାର୍ଯ୍ୟ କରିଥିଲେ । ଏହା ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଚାଲିଥିଲା । ପରେ ସେ ସୁଦାନରେ ଏକ ମିଶନରେ ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।

ଏବେ ଲେଫନାଣ୍ଟ ଜେନେରାଲ ଶୈଳଶ ଇନଫାଣ୍ଟାରୀ ସ୍କୁଲର କମାଣ୍ଡାଣ୍ଟ ଅଛନ୍ତି । ଭାରତୀୟ ସେନାବାହିନୀରେ ତାଙ୍କର ୩୪ ବର୍ଷର ଅଭିଜ୍ଞତା ରହିଛି । ଲେଫନାଣ୍ଟ ଜେନେରାଲ ଶୈଳେଶ ତିନାକାର ଭାରତୀୟ ମଲିଟାରୀ ଏକାଡେମୀର ୧୯୮୩ ବ୍ୟାଚର ସେନା ଅଧିକାରୀ । ପୂର୍ବରୁ ସେ ସେନା ମୁଖ୍ୟାଳୟରେ ସେନା ଅଭିଯାନର ଅତିରିକ୍ତ ଡାଇରେକ୍ଟର ଜେନେରାଲ ଭାବେ ଦାୟୀତ୍ୱ ତୁଲାଇଥିଲେ । ଲେଫନାଣ୍ଟ ଜେନେରାଲ ଶୈଳେଶ ତିନାକାରଙ୍କୁ ତାଙ୍କ ସେବା ପାଇଁ ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories