www.samajalive.in
Friday, December 12, 2025
14.1 C
Bhubaneswar

ପୁଣି ଥରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ଲୋକେ ଦେଶର ଭାର ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦୀଙ୍କ ହାତକୁ ବଢାଇ ଦେଇଛନ୍ତି। ଏପଟେ ଦୀର୍ଘ ୫୦ ବର୍ଷ ଦେଶରେ ଶାସନ କରିଥିବା ସର୍ବପୁରାତନ ଦଳ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବାରେ ବିଫଳ ହୋଇଛି।
ବିଜେପି ଏଥର ୨୦୧୪ ନିର୍ବାଚନଠାରୁ ବଡ଼ ଏବଂ ଐତିହାସିକ ବିଜୟ ଲାଭ କରିଛି। ଏବେ ସାରା ଦେଶ ନଜର ଶପଥ ଗ୍ରହଣରୁ ନେଇ ‘ ମୋଦୀଙ୍କ ୨.୦’ କ୍ୟାବିନେଟ ଗଠନ ଉପରେ ରହିଛି। ବିଜେପି ଦେଶରେ ୫୪୨ ଲୋକସଭା ଆସନରୁ ୩୦୩ ଆସନରେ ବିଜୟୀ ହୋଇଛି। ସହଯୋଗୀ ଦଳଙ୍କ ସଂଖ୍ୟା ମିଶିଲେ ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟା ୩୫୨ରେ ପହଞ୍ଚିଛି। ଅନ୍ୟପକ୍ଷରେ କଂଗ୍ରେସ ମାତ୍ର ୫୨ ଆସନରେ ବିଜୟୀ ହୋଇଛି। ଲୋକସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବା ପାଇଁ ୧୦% ଆସନ (୫୫) ପାଇବାରେ କଂଗ୍ରେସ ବିଫଳ ହୋଇଛି। ଫଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ପଦ ପାଇବେ ନାହିଁ ବୋଲି ମନେ ହେଉଛି। ବିରୋଧୀ ଦଳ ନେତା ପଦ ପାଇବା ପାଇଁ ଦଳକୁ ଅନ୍ୟୁନ୍‍ ୫୫ଟି ଆସନରେ ବିଜୟୀ ହେବା ଆବଶ୍ୟକ। ୨୦୧୪ ଷଷ୍ଠଦଶ ଲୋକସଭାରେ ବି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇନଥିଲା। କାରଣ କଂଗ୍ରେସ ମାତ୍ର ୪୪ଟି ଆସନରେ ବିଜୟୀ ହୋଇଥିଲା। ଏବେ ପୁଣିଥରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇପାରିନାହିଁ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories