www.samajalive.in
Friday, December 12, 2025
14.1 C
Bhubaneswar

‘ଭିଭୋ ଭି-୧୫’ରେ ମିଳିବ ୪ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଭାରତରେ ଭିଭୋ ସିରିଜର ନୂଆ ସ୍ମାର୍ଟଫୋନ ଭିଭୋ ଭି-୧୫ରେ ୪ହଜାର ଟଙ୍କାର ରିଆତି ଦବାପାଇଁ କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ଏହି ଦ୍ବିତୀୟଥର ପାଇଁ ରିଆତି ଦିଆଯାଇଛି। ଏହା ପୂର୍ବରୁ ଫୋନରେ ୨ହଜାର ଟଙ୍କା ରିଆତି ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଭିଭୋ ଭି-୧୫ ଫୋନକୁ ୨୩ହଜାର ୯୯୦ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା।

୪ହଜାର ଟଙ୍କା ରିଆତି ପରେ ଏହି ଫୋନକୁ ୧୯ହଜାର ୯୯୦ଟଙ୍କାରେ କିଣିପାରିବେ। ଏହି ଫୋନ ଫ୍ଲିପକାଟ, ଆମାଜନ ଭଳି ଅନଲାଇନ ଷ୍ଟୋର ଏବଂ ଅଫଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଭିଭା ଭି-୧୫ପ୍ରୋ ଭଳି ଭି-୧୫ରେ ପପଅପ୍‍ ସେଲଫି କ୍ୟାମେରା ଏବଂ ୪୮ମେଗାପିକ୍ସେଲ ରିୟର କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଫୋନରେ ୬ଜିବି ରାମ ରହିଛି।

- Advertisement -
courtesy-ndtv gadgets

ଏଥିରେ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ପନଚଟ୍ ଓଏସ୍ ରହିଛି। ଭିଭୋ ଭି-୧୫ରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୩୪୦ପିକ୍ସଲ। ଏହାବ୍ୟତୀତ ଫୋନରେ ମିଡିଆଟେକ୍ ହିଲିୟୋ ପି-୭୦ପ୍ରୋସେସର, ୬ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୨୫୬ଜିବି ପର୍ୟ୍ୟନ୍ତ ବଢାଇପାରିବେ। ଫୋନରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ରହିଛି।

courtesy-yuga tech

ଭିଭୋ ଭି-୧୫ର କ୍ୟାମେରା
ଏହି ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୩୨ମେଗାପିକ୍ସେଲର ପପ୍ ଅପ ସେଲଫି କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ୍/୨.୦। ସେହିଭଳି ରିୟର ପ୍ୟନେଲରେ ତିନୋଟି କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ ୧୨ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ବଂ ତୃତୀୟଟି ୫ମେଗାପିକ୍ସେଲର ଦିଆଯାଇଛି। କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ଦିଆଯାଇଛି। ଏଥିରେ ୪ହଜାର ଏମଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଯୁଥ ଭି-୪.୨, ଜିପିଏସ/ଏ-ଜିପିଏସ୍, ଏଫଏମ୍ ରେଡିଓ, ମାଇକ୍ରୋ ୟୁସବି ପୋର୍ଟ ମିଳିବ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories