www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶା ଲୋକସଭା: ବିଜେଡି ୧୩, ବିଜେପି ୮ ଆସନରେ ଆଗୁଆ

ଭୁବନେଶ୍ଵର: ଓଡ଼ିଶାର ୨୧ ଲୋକସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ୧୩ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୮ ଆସନରେ ଆଗୁଆ ରହିଛି।

କନ୍ଧମାଳରେ ବିଜେଡିର ଅଚ୍ୟୁଚ ସାମନ୍ତ, କେନ୍ଦୁଝର ଲୋକସଭାରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁ, ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝି, ବଲାଙ୍ଗୀରରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, କୋରାପୁଟରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କା, ସମ୍ବଲପୁରରେ ବିଜେଡିର ନଳିନୀକାନ୍ତ ପ୍ରଧାନ, ଆସିକାରେ ବିଜେଡିର ପ୍ରମିଳା ବିଷୋୟୀ, କେନ୍ଦ୍ରାପଡ଼ାରେ ବିଜେଡିର ଅନୁଭବ ମହାନ୍ତି, କଟକରେ ବିଜେଡିର ଭର୍ତ୍ତୃହରି ମହତାବ, ଭଦ୍ରକରେ ବିଜେଡିର ମଞ୍ଜୁଳା ମଣ୍ଡଳ, ଯାଜପୁରରେ ବିଜେଡିର ଶର୍ମିଷ୍ଠା ସେଠୀ, ଜଗତ୍‌ସିଂହପୁରରେ ବିଜେଡିର ରାଜଶ୍ରୀ ମଲ୍ଲିକ, ବ୍ରହ୍ମପୁରରେ ବିଜେଡିର ଚନ୍ଦ୍ରଶେଖର ସାହୁ ଆଗରେ ରହିଛନ୍ତି।

- Advertisement -

ସେହିପରି ଭୁବନେଶ୍ଵରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ, ଢେଙ୍କାନାଳରେ ବିଜେପିର ରୁଦ୍ର ପାଣି, ମୟୂରଭଞ୍ଜରେ ବିଜେପିର ବିଶ୍ଵେଶ୍ଵର ଟୁଡୁ, ବରଗଡ଼ରେ ବିଜେପିର ସୁରେଶ ପୂଜାରୀ, ବାଲେଶ୍ଵରରେ ବିଜେପିର ପ୍ରତାପ ଷଡ଼ଙ୍ଗୀ, କଳାହାଣ୍ଡିରେ ବିଜେପିର ବସନ୍ତ କୁମାର ପଣ୍ଡା, ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ଓ ପୁରୀରେ ବିଜେପିର ସମ୍ବିତ ପାତ୍ର ଆଗରେ ରହିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories