www.samajalive.in
Tuesday, December 9, 2025
26.1 C
Bhubaneswar

ସାମ୍ନାକୁ ଆସିଲା ‘ସାହୋ’ର ନୂଆ ପୋଷ୍ଟର

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଛି। ନିଜେ ପ୍ରଭାସ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ରର ନୂଆ ପୋଷ୍ଟରରେ ପ୍ରଭାସଙ୍କ ତୀବ୍ର ରୂପ ଦେଖିବାକୁ ମିଳିଛି। ପୋଷ୍ଟର ସାମ୍ନାକୁ ଆସିବା ପରେ ପ୍ରଭାସଙ୍କ ପ୍ରଶଂସକମାନେ ଖୁବ୍‍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ତାଙ୍କ ଲୁକ୍‍ ର ଜବରଦସ୍ତ ପ୍ରଶଂସା ମଧ୍ୟ କରାଯାଉଛି। ଏହା ପୂର୍ବରୁ ‘ସାହୋ’ର ପୋଷ୍ଟର ଓ ଟିଜରକୁ ମଧ୍ୟ ଲୋକେ ଖୁବ୍‍ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର ପ୍ରଭାସଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସୁଜୀତ ବହନ କରିଛନ୍ତିି। ‘ସାହୋ’ ଚଳିତ ବର୍ଷ ୧୫ ଅଗଷ୍ଟରେ ପରଦାକୁ ଆସିବ। ଏହାକୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରାଯିବ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories