ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସ୍ପି) ମଙ୍ଗଳବାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଭୀର ଉପାଧ୍ୟାୟଙ୍କୁ ଦଳରୁ ନିଲମ୍ବିତ କରିଛି।
ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଭୀରଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ବିଏସ୍ପି ସାଧାରଣ ସମ୍ପାଦକ ମେୱାଲାଲ ଗୌତମ ପ୍ରକାଶ କରିଛନ୍ତି। ରାମଭୀର ଖୋଲାଖୋଲି ଭାବେ ଆଗ୍ରା, ଫତେପୁରସିକ୍ରି, ଆଲିଗଡ଼ ଏବଂ ଅନ୍ୟ ଲୋକସଭା ଆସନ ପ୍ରାର୍ଥୀଙ୍କୁ ବିରୋଧ କରିବା ସହ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତତ୍କାଳ ପ୍ରଭାବରେ ଦଳରୁ ନିଲମ୍ବିତ କରାଯାଇଛି।
ବିଏସ୍ପିରୁ ରାମଭୀର ଉପାଧ୍ୟାୟ ନିଲମ୍ବିତ
Popular Categories



