ପ୍ରାୟତଃ ଆପଣ ସମସ୍ତେ ଖଜୁରୀ ନିଶ୍ଚିତ ଖାଇଥିବେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ହୋଇଥାଏ। ମାତ୍ର ଖୁବ୍ କମ୍ ଲୋକେ ହୁଏତ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। ଏହାର ଉପକାରୀତା ବିଷୟରେ ଜାଣିଲେ ଆପଣ ଏହାକୁ ନିୟମିତ ଖାଇବା ଆରମ୍ଭ କରିଦେବେ। ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ୍ ରହିଥାଏ। ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ। ଏଥିରେ ପ୍ରାକୃତିକ ସୁଗାର ମଧ୍ୟ ଅଧିକ ରହିଥାଏ। ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ। ନିୟମିତ ଭାବେ ଲଗାତର ସପ୍ତାହେ ଖଜୁରୀ ଖାଇବା ଦ୍ବାରା ଫରକ ଆପଣ ନିଜେ ଅନୁଭବ କରି ପାରିବେ। ତେବେ ଚାଲନ୍ତୁ ଜାଣିବା ଖଜୁରୀ ଖାଇବାର ଲାଭ ବିଷୟରେ-
-ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ହାଡ଼ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ କର୍କଟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
-ଖଜୁରୀରେ ଥିବା ସାଲ୍ୟୁବଲ ଫାଇବର ପାଚନ ପକ୍ରିୟାକୁ ନିୟନ୍ତ୍ରିତ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ପାଚନ ସମସ୍ୟା ହୋଇନଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
-ଖଜୁରୀରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପିଡ଼ିତ ହୋଇଥାନ୍ତି। ଏହି ସମସ୍ୟା ଦୂର କରିବାରେ ଖଜୁରୀ ବିଶେଷ ଭାବେ ସହାୟକ ହୋଇଥାଏ।
-ଏଥିରେ ଥିବା ପ୍ରାକୃତିକ ସୁଗାର ଶକ୍ତି ପ୍ରଦାନ କରିବା ସହ ସାରାଦିନ ସତେଜ ରଖିଥାଏ।



