www.samajalive.in
Saturday, December 6, 2025
14.1 C
Bhubaneswar

ମୋଟ୍‌ ୬୩ଟି କେନ୍ଦ୍ରରେ ହେବ ଭୋଟ ଗଣନା ; ସିଇଓଙ୍କ ସୂଚନା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଗୁରୁବାର ସକାଳ ୮ଟାରୁ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନର ଭୋଟ ଗଣିତ ଆରମ୍ଭ ହେବ । ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ୍‌ ବାଲଟର ଗଣତି ହେବ ଓ ଏହାର ୩୦ ମିନିଟ୍ ପରେ ଇଭିଏମ୍‌ ର ଗଣନା ଆରମ୍ଭ ହେବ । ପୋଷ୍ଟାଲ୍‌ ବାଲାଟ ଓ ଇଭିଏମ୍‌ ପରେ ଭିଭିପିଏଟି ଗଣତି ଆରମ୍ଭ ହେବ । ସମ୍ବଲପୁର ଜିଲାର ଫଳାଫଳ ସର୍ବପ୍ରଥମେ ପ୍ରକାଶ ପାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସିଇଓଙ୍କ ସୂଚନା ଅନୁଯାୟୀ, ଗୋଟିଏ ହଲରେ ମୋଟ୍ ୧୪ଟି ଟେବୁଲ୍‌ରେ ଭୋଟ୍‌ ଗଣନା କରାଯିବ । ୭ଟି ଟେବୁଲ୍‌ ଲୋକସଭା ପାଇଁ ଓ ୭ଟି ଟେବୁଲ୍‌ ବିଧାନସଭା ପାଇଁ ରହିବ । ଗୋଟିଏ ଟେବୁଲରେ ତିନି ଜଣ ଲେଖାଏଁ ଅଧିକାରୀ ଏବଂ ଜଣେ ଜଣେ ମାଇକ୍ରୋ ଅବଜରଭର  ରହିବେ । ନିର୍ବାଚନ କମିଶନଙ୍କ ଅନୁମତିରେ ୪୧୧ଟି ଟେବୁଲ୍‌ ବଢ଼ାଯାଇ ରାଜ୍ୟରେ ମୋଟ୍‌ ୨୪୬୨ଟି ଟେବୁଲ୍‌ ରେ ଭୋଟ ଗଣନା କରାଯିବ । ବୁଥ ସଂଖ୍ୟାକୁ ଦେଖି ରାଉଣ୍ଡ କରାଯିବ ଏବଂ ଫଳାଫଳ ପ୍ରକାଶ ହେବ । ସର୍ବନିମ୍ନ ୧୭ଟି ରାଉଣ୍ଡରେ ସମ୍ବଲପୁର ବିଧାନସଭା ଭୋଟ ଗଣନା କରାଯିବ । ଏହି କାରଣରୁ ସମ୍ବଲପୁରରେ ଫଳାଫଳ ଶୀଘ୍ର ପ୍ରକାଶ ପାଇବ । ପାଟଣାଗଡ଼ ବିଧାନସଭା ପାଇଁ ସର୍ବାଧିକ ୪୯ ରାଉଣ୍ଡ ଭୋଟ୍ ଗଣତି କରାଯିବ ।

- Advertisement -

କୋର୍ଟଙ୍କ ନିର୍ଦେଶକ୍ରମେ ଲକି ଡ୍ର ମାଧ୍ୟମରେ ପ୍ରତି ଆସନର ୫ଟି ବୁଥ୍ ଭିଭିପିଏଟି ଗଣତି ହେବ । ଯେଉଁମାନେ ଗଣନା କରିବେ ସେମାନେ କେବଳ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ ଅବଗତ ଥିବେ । ସେହି ଦିନ ତାଙ୍କୁ ତାଙ୍କର ଟେବୁଲ୍‌ ନମ୍ବର ବିଷୟରେ ସୂଚନା ଦିଆଯିବ । ଗଣତି କେନ୍ଦ୍ରକୁ ଏଜେଣ୍ଟ କୌଣସି ଇଲୋକ୍‌ଟ୍ରୋନିକ୍ସ ଜିନିଷ ଭିତରକୁ ନେଇ ପାରିବେ ନାହିଁ । ଯଦି ନେଇକି ଯାଇଥିବେ ତାହାକୁ ଗଣନା ପୂର୍ବରୁ ଦାଖଲ କରିବେ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories