www.samajalive.in
Saturday, December 6, 2025
23.1 C
Bhubaneswar

ଏକ୍‌ଜିଟ ପୋଲକୁ ଗ୍ରହଣ କରୁନାହାନ୍ତି ପ୍ରିୟଙ୍କା; ହତୋତ୍ସାହିତ ନ ହେବାକୁ କର୍ମୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ସରିବା ପରେ ଗତ ୧୯ ତାରିଖ ସନ୍ଧ୍ୟାରେ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଥିଲା। ଜାତୀୟ ସ୍ତରର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଏନଡିଏ ବହୁମତ ହାସଲ କରିବ ବୋଲି ପୂର୍ବାନୁମାନ କରିଥିଲେ। ମାତ୍ର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକଜିଟ ପୋଲକୁ ଗ୍ରହଣ କରିନାହାନ୍ତି। ଏନଡିଏର ସୁବିଧା ପାଇଁ ଏକଜିଟ୍‌ ପୋଲର ଫଳାଫଳ ପ୍ରକାଶ କରାଯାଇଛି। ଏଭଳି ଗୁଜବ ଉପରେ ବିଶ୍ଵାସ ନ କରି ନୈତିକ ମନୋବଳକୁ ଦୃଢ଼ ରଖିବା ସହ ହତୋତ୍ସାହିତ ନ ହେବାକୁ ପ୍ରିୟଙ୍କା ଦଳର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

କର୍ମୀମାନଙ୍କୁ ବାର୍ତ୍ତା ଦେଇ ପ୍ରିୟଙ୍କା କହିଛନ୍ତି, ଆପଣମାନେ ସତର୍କ ରହିବା ସହ ଆତ୍ମବିଶ୍ଵାସ ରଖନ୍ତୁ। ଦଳର ନେତା ଏବଂ କର୍ମୀମାନଙ୍କ କଠିନ ପରିଶ୍ରମ ନିଶ୍ଚୟ ଫଳପ୍ରଦ ହେବ। ଆପଣମାନଙ୍କ ମନୋବଳ ଭାଙ୍ଗିବାକୁ ଏଭଳି ଗୁଜବ ଏବଂ ଏକଜିଟ ପୋଲ କରାଯାଉଛି। ଏଥିରେ ନିରାଶ ନ ହୋଇ ସତର୍କ ରହିବା ସହିତ ଷ୍ଟ୍ରଙ୍ଗ ରୁମ୍‌ ଏବଂ ଭୋଟ ଗଣତି କେନ୍ଦ୍ରଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଅଧିକାଂଶ ଏକଜିଟ ପୋଲରେ ବିଜେପି ନେତୃତ୍ଵାଧୀନ ଏନଡିଏ ବହୁମତ ପାଇବ କଂଗ୍ରେସ ନେତୃତ୍ଵାଧୀନ ଉପା ବହୁ ପଛରେ ରହିଥିବା ଦର୍ଶାଯାଇଛି। ୮ଟି ଭିନ୍ନ ଭିନ୍ନ ଏକଜିଟ୍‌ ପୋଲରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସ୍ଥିର ବୋଲି ଦର୍ଶାଯାଇଛି। କିନ୍ତୁ କିଏ କେତେ ଆସନ ପାଇବ ସେ ନେଇ ଏକଜିଟ ପୋଲରେ ଦର୍ଶାଯାଇଥିବା ସଂଖ୍ୟା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଛି। ବିଜେପିକୁ ସର୍ବାଧିକ ୩୧୬ ଏବଂ ସର୍ବନିମ୍ନ ୨୦୨ଟି ଆସନ ମିଳିବ ବୋଲି ଏଥିରେ ପ୍ରକାଶ କରାଯାଇଛି। ସେହିପରି କଂଗ୍ରେସ ସର୍ବାଧିକ ୧୦୭ ଏବଂ ସର୍ବନିମ୍ନ ୪୬ ଆସନରେ ସୀମିତ ରହିବ ବୋଲି ଦର୍ଶାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୁଁ ଏକଜିଟ ପୋଲକୁ ବିଶ୍ଵାସ କରୁନାହିଁ। ଏକଜିଟ ପୋଲ ଜରିଆରେ ହଜାର ହଜାର ଇଭିଏମକୁ ବଦଳାଇବା ଏବଂ ଏପଟ ସେପଟ କରିବା ଲାଗି ଏକ ଗେମ୍‌ ପ୍ଲାନ କରାଯାଇଛି। ସବୁ ବିରୋଧୀ ଦଳ ଏକାଠି ହୋଇ ଦୃଢ଼ ଏବଂ ସାହସର ସହିତ ଏହାର ମୁକାବିଲା କରିବାକୁ ମୁଁ ନିବେଦନ କରୁଛି ବୋଲି ମମତା ଟ୍ବିଟ୍‌ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories