www.samajalive.in
Friday, December 12, 2025
14.1 C
Bhubaneswar

ଚତୁର୍ଥ ଥର ବିଶ୍ୱର ଶ୍ରେଷ୍ଠ ଏନଜିଓ ତାଲିକାରେ କିସ୍‌

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌) ଲଗାତାର ଚତୁର୍ଥ ଥର ପାଇଁ ନନ୍-ପ୍ରଫିଟ୍ ଆଇଭି ଲିଗରେ ସ୍ଥାନ ପାଇଛି। ବିଶ୍ୱର ଶ୍ରେଷ୍ଠ ୫୦୦ ଏନଜିଓ ମଧ୍ୟରୁ କିସ୍ ୧୮୯ତମ ସ୍ଥାନରେ ରହିଛି। ନିକଟରେ ଏନଜିଓ ଆଡଭାଇଜର ନାମକ ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ୨୦୧୯ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି। ସୂଚନାେଯାଗ୍ୟ େଯ ଗତବର୍ଷ ୨୨୩ତମ ସ୍ଥାନରେ ରହିଥିବା ବେଳେ ୨୦୧୬ରେ ୫୦୦ତମ ସ୍ଥାନରେ ରହିଥିଲା। କିସ୍ ନିଜର ଉତ୍ତମ ସଂଘାତର ଅଭିନବୀକରଣ (ଆଉଟଷ୍ଟାଣ୍ଡିଂ ଇମ୍ପାକ୍ଟ ଇନୋଭେସନ) ଓ ନୀତି ପାଇଁ ବିଶ୍ୱର ଏକହଜାର ଏନଜିଓ ମଧ୍ୟରେ ସ୍ଥାନ ପାଇଥିଲା। ଏନ୍ଜିଓ-ଆଡଭାଇଜର ହେଉଛି ଜେନେଭାସ୍ଥିତ ଏକ ସ୍ୱାଧୀନ ଗଣମାଧ୍ୟମ ସଂସ୍ଥା। ଏହି ସଂସ୍ଥା ସମଗ୍ର ବିଶ୍ୱର ବଛାବଛା ଏନଜିଓକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଶ୍ରେଷ୍ଠ ୫୦୦ ତାଲିକା ପ୍ରକାଶ କରିଥାଏ। ନିକଟରେ ପ୍ରକାଶ ପାଇଥିବା ଏହି ସଂସ୍ଥାର ଷଷ୍ଠ ସଂସ୍କରଣରେ ଅଣଲାଭଦାୟକ ଅନୁଷ୍ଠାନର ଅନୁସୃଜନ, ପ୍ରଭାବ ଓ ପରିଚାଳନାକୁ ଗୁରୁତ୍ୱ ଦେଇ ସେହି ଅନୁସାରେ ସେମାନଙ୍କର ଶ୍ରେଣୀଭୁକ୍ତ କରାଯାଇଛି। ଶ୍ରେଷ୍ଠ ଏନଜିଓ ତାଲିକାରେ ସ୍ଥାନିତ େହବା ଖବରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, େଯ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଜନଜାତି ସମୁଦାୟ, ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଦିନକୁ ଦିନ କିସର ପରିଚିତି ବୃଦ୍ଧି ପାଉଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ସୁନାମ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories