www.samajalive.in
Friday, December 12, 2025
15.1 C
Bhubaneswar

ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ କହିଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ : ମାଲେଗାଓଁ ବିସ୍ଫୋରଣ ମାମଲା ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ସାଧ୍ୱୀ ପ୍ରଜ୍ଞା ଗୁରୁବାର କହିଛନ୍ତି ଯେ ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ। ତାଙ୍କୁ ଆତଙ୍କବାଦୀ କହୁଥିବା ଲୋକ ନିଜକୁ ଦେଖନ୍ତୁ। ଏହି ନିର୍ବାଚନରେ ଏଭଳି ଲୋକଙ୍କୁ ଜବାବ ଦିଆଯିବ।
ଅଭିନେତାରୁ ରାଜନେତା ସାଜିଥିବା କମଳ ହାସନ ଗତ ୧୩ ତାରିଖରେ ନାଥୁରାମ ଗୋଡ଼ସେଙ୍କୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଜାରି ରହିଛି। ଏହା ଉପରେ ପ୍ରତିକ୍ରିୟା ରଖି ସାଧ୍ୱୀ ପ୍ରଜ୍ଞା ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ବିବାଦକୁ ଆସିଛନ୍ତି।
ଅପରପକ୍ଷରେ ବିଜେପି ସାଧ୍ୱୀଙ୍କ ମନ୍ତବ୍ୟଠାରୁ ନିଜକୁ ଅଲଗା କରିଦେଇଛି। ବିଜେପି ମୁଖପାତ୍ର ଜେଭି ଏଲ ନରସିହ୍ମା କହିଛନ୍ତି ଯେ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ସହ ସହମତ ନୁହେଁ। ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ।
ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ସହ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମଇ ୧୨ରେ ଏହି ଆସନ ପାଇଁ ମତଦାନ ହୋଇସାରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories