www.samajalive.in
Thursday, December 11, 2025
13.1 C
Bhubaneswar

ଜାଣନ୍ତୁ, ଶରୀର କେଉଁ ସ୍ଥାନରେ କଳାଜାଈ ଥିଲେ ଅଶୁଭ !

ସମୁଦ୍ରଶାସ୍ତ୍ରରେ ହସ୍ତ ରେଖା ଓ ହସ୍ତର ଆକୃତିରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ ଜଣାପଡେ ବୋଲି କୁହାଯାଇଛି । ଏତତ୍ ବ୍ୟତୀତ ଶରୀରରେ ବିଭିନ୍ନ ସ୍ଥାନରେ ଥିବା କଳାଜାଈର ମହତ୍ତ୍ବ ବିଷୟରେ ମଧ୍ୟ ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । କେଉଁ ସ୍ଥାନରେ କଳାଜାଈ ଥିଲେ ଶୁଭ ଓ ଅଶୁଭ ତାହା ମଧ୍ୟ ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ।

ସମୁଦ୍ରଶାସ୍ତ୍ର ଅନୁସାରେ ବ୍ୟକ୍ତିର ମୁହଁର ବାମ ପାର୍ଶ୍ବରେ କଳାଜାଈ ରହିଥାଏ, ତାହା ଅଶୁଭ ହୋଇଥାଏ । ଏମାନଙ୍କୁ ଦାମ୍ପତ୍ୟ ଜୀବନର ବିଭିନ୍ନ ସମସ୍ୟାର ସାମ୍ନାକୁ କରିବାକୁ ପଡିଥାଏ ।

- Advertisement -

ବେକ ବା କାନ୍ଧର ଜୋଡ ନିକଟରେ କଳାଜାଈ ଥିଲେ ତାହା ଶୁଭଫଳ ଦେଇନଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ବେକ ପଛରେ କଳାଜାଈ ଥିବା ଶୁଭ ବୋଲି କୁହାଯାଏ । ସେହିପରି ବେକର ସମ୍ମୁଖ ଭାଗରେ କଳାଜାଈ ଥିଲେ, ବ୍ୟକ୍ତି ଦୀର୍ଘାୟୁ ହେବା ସେମାନଙ୍କ ସ୍ବର ସୁମଧୁର ହୋଇଥାଏ ।

ନାକର ବାମ ଅଂଶରେ କଳାଜାଈ ଥିଲେ, ସମୁଦ୍ରଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ସେହି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ।

କାନ ନିକଟରେ ଥିବା କଳାଜାଈ ପାରିବାରିକ ଦୃଷ୍ଟିରୁ ଶୁଭ ହୋଇନଥାଏ । ପାରିବାରିକ ଦାୟିତ୍ବ ଏବଂ ଦାମ୍ପତ୍ୟରେ ଏମାନଙ୍କ ରୁଚି କମ ଥାଏ ।

ଯେଉଁମାନଙ୍କର ଉଭୟ କାନ୍ଧରେ କଳାଜାଈ ରହିଥାଏ, ସେମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିଥାଏ । ସେମାନଙ୍କୁ କୌଣସି ସଫଳତା ସହଜରେ ହାସିଲ ହୋଇନଥାଏ ।

ମଣିବନ୍ଧରେ କଳାଜାଈ ଥିଲେ ଜେଲ ଯିବାର ସମ୍ଭାବନା ରହିଥାଏ । ଏହାକୁ ସମୁଦ୍ର ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଏ ।

ପାଦର ଅଙ୍ଗୁଳରେ କଳାଜାଈ ରହିବା ଅଶୁଭ ବୋଲି କୁହାଯାଏ । ଏହି ବ୍ୟକ୍ତିମାନେ ଜୀବନରେ ନିଜ ବିବେକର ବ୍ୟବହାର ବହୁତ କମ୍ କରିଥାଆନ୍ତି । ସେମାନେ ଅନ୍ୟ ବୁଦ୍ଧି କାର୍ଯ୍ୟ କରିଥାଆନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories